
ଗୋଟେପଟେ ବିଶ୍ୱରେ କରୋନା ମହାମାରୀ ତାଣ୍ଡବ ରଚିଥିବାବେଳେ ଅନ୍ୟପଟେ ବିଶ୍ୱକୁ ଘାରିଛି ମଙ୍କିପକ୍ସର ଭୟ । ଦେଶର ଅନେକ ସ୍ଥାନରୁ ଧୀରେ ଧୀରେ ଏହି ମାମଲା ସାମ୍ନାକୁ ମଧ୍ୟ ଆସିଲାଣି । ବର୍ତ୍ତମାନ ଭାରତରେ ଏହି ସଂଖ୍ୟା ୯ରେ ପହଞ୍ଚିଛି । ତେବେ ଏହାରି ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ନେଇ ଆସିଛି ଜାପାନ । ମଙ୍କିପକ୍ସକୁ ରୋକିବା ପାଇଁ ଚିକେନ ପକ୍ସ ଟିିକାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଜାପାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ , ମଙ୍କିପକ୍ସ ବିରୋଧରେ ଏହି ଟିକା ୮୫ ପ୍ରତିଶତ ପ୍ରଭାବୀ ଅଟେ । ଏହି ଟିକାର ନାମ ହେଉଛି ଏଲସୀ ୧୬ କେଏମବୀ । ଏହା ଏକ ଫ୍ରିଜ ଡ୍ରାଇଡ ଓ ସେଲ କଲଚ ଡିରାଇଭଡ ଟିକା ଯାହାକି ଚିକେନ ପୋକ୍ସ ରୋବିବାରେ ବେଶ ସହାୟ ହୋଇଥାଏ ।