Breaking PLUSଓଡ଼ିଶାମୁଖ୍ୟ ଖବର
ଏଚଏମପିଭିକୁ ନେଇ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର- ଏଚଏମପିଭି ନେଇ ଆଜି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସ୍ଵାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ସାମିଲ ରହିଥିଲେ। ବୈଠକ ପରେ ସ୍ଵାସ୍ଥ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଓଡିଶାରେ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ତେଣୁ କେହି ଭୟଭୀତ ହୁଅନ୍ତୁ ନାହିଁ। ଭାରତ ସରକାରଙ୍କର ଯାହା ଗାଇଡ ଲାଇନ୍ ଆସିବ, ତାହା ପାଳନ କରାଯିବ। ଦେଶରେ ସେପରି ସ୍ଥିତି ନାହିଁ , ୩/୪ଟି ସ୍ଥାନରେ ଚିହ୍ନଟ ହୋଇଛନ୍ତି। ସବୁ ମେଡିକାଲ କଲେଜ ସହ ମୁଁ କଥା ହୋଇସାରିଛି। ଯଦି କିଛି ସମସ୍ୟା ଉପୁଜେ, ତେବେ ରାଜ୍ୟ ଏବଂ କେନ୍ଦ୍ର ମିଳିତ ଭାବେ ଏହାର ମୁକାବିଲା କରିବେ। ଥଣ୍ଡା, ଜ୍ବର ଏବଂ କାଶ ହେଲେ ତୁରନ୍ତ ଏହାର ଚିକିତ୍ସା କରାନ୍ତୁ।



