Breaking PLUSଓଡ଼ିଶାମୁଖ୍ୟ ଖବର
ମାର୍ଚ୍ଚରୁ ଡହଡହ ଖରା

ଭୁବନେଶ୍ବର: ରାଜ୍ୟରେ ଡହ ଡହ ଖରା ସହ ତାତି କଲବଲ କରୁଛି। ଗତ ୩ ରୁ ୪ ଦିନ ହେବ ତାତି ସାମାନ୍ୟ କମ୍ ଥିବା ବେଳେ ସୋମବାରଠାରୁ ପୁଣି ତାତି ବଢ଼ିଛି। ତାତି ବଢୁଥିବା ବେଳେ ହିଟୱେଭ୍ ବା ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ପ୍ରଦାନ କରିଛନ୍ତି।