Breaking PLUSଓଡ଼ିଶାମୁଖ୍ୟ ଖବର
ବଜ୍ରପାତଜନିତ ମୃତ୍ୟୁରେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ଆଗରେ
ଭୁବନେଶ୍ୱର- ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟାରେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶା ଆଗରେ ରହିଛି। ଏନେଇ ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଗତ ୫ବର୍ଷରେ ରାଜ୍ୟରେ ବଜ୍ରପାତରେ ୧୧୦୩ଜଣଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର ଜିଲାରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ୫ବର୍ଷରେ ଝାରସୁଗୁଡା ଜିଲାରେ ସର୍ବାଧିକ ୭୨ଜଣ ଓ ବଲାଙ୍ଗିରରେ ୫୫ଜଣଙ୍କ ମୃତ୍ୟୁ ହୋଇଛି। ଗବେଷଣା କହୁଛି ଓଡ଼ିଶାରେ ଅଧିକ ଖଣିଜ ପଦାର୍ଥ ଥିବାରୁ ବଜ୍ରପାତ ହେଉଛି। ଖଣିଜ ପଦାର୍ଥ ହେଉଛି ବିଦ୍ୟୁତର ସୁପରିବାହୀ (ଗୁଡ କଣ୍ଡକ୍ଟର)। ବଜ୍ରପାତରେ ମୃତ୍ୟୁ ହେଲେ ୪ଲକ୍ଷ ଟଙ୍କାର କ୍ଷତିପୂରଣ ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ଉତ୍ତରପ୍ରଦେଶ ବଡ ରାଜ୍ୟ ହୋଇ ମଧ୍ୟ ସେଠାରେ ୫ବର୍ଷରେ ୫୪୨ଜଣଙ୍କ ଜୀବନ ଯାଇଛି। ନିର୍ଦ୍ଦିଷ୍ଟ କେଉଁଠି ବଜ୍ରପାତ ହେବ ସେହି ଆକଳନ ପାଇଁ ଜ୍ଞାନକୌଶଳ ଏ ପର୍ଯ୍ୟନ୍ତ ଆସିନାହିଁ।