ଦେଶପାଣିପାଗସ୍ୱତନ୍ତ୍ର

ମାଣ୍ଡୋସ ପ୍ରଭାବରେ ଉପୁଡିଲା ବଡ଼ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ,ପ୍ରବଳ ବର୍ଷା ଯୋଗୁ ଚେନ୍ନାଇରେ ବନ୍ୟା ସ୍ଥିତି

ଶୁକ୍ରବାର ରାତିରେ ତାମିଲନାଡୁର ମାମଲାପୁରମ ଠାରେ ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିଛି ‘ମାଣ୍ଡୋସ’ । ପ୍ରଭାବରେ ଉପୁଡି ପଡିଛି ବଡ଼ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ । ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ରହିଥିଲା ୮୫ କିମି । ତେବେ ଦୀର୍ଘ ଘଣ୍ଟା ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲୁ ରହିଥିବାବେଳେ ମାମଲାପୁରମ ଓ ଚେନ୍ନାଇ ସମେତ ଏକାଧିକ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।

ସେହିପରି ପ୍ରବଳ ବର୍ଷା ଯୋଗୁ ଚେନ୍ନାଇରେ ବନ୍ୟା ସ୍ଥିତି ଉପୁଜିଛି । ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାତ୍ୟା ମାଣ୍ଡୋସ ଲ୍ୟାଣ୍ତଫଲ କରିବା ପରେ ଦୁର୍ବଳ ହୋଇ ଗଭୀର ଅବପାତ ଅବସ୍ଥାରେ ରହିଛି। ଏହାର ପ୍ରଭାବରେ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ମାଣ୍ଡୋସ ରାତି ପ୍ରାୟ ୧୧.୩୦ରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଥିଲା। ତାମିଲନାଡୁର ମାମଲାପୁରମ(ମହାବଳୀପୁରମ) ଉପକୂଳ ଦେଇ ଏହା ରାତି ପ୍ରାୟ ୧.୩୦ରେ ସ୍ଥଳ ଭାଗକୁ ସଂପୂର୍ଣ୍ଣ ଭାବେ ଅତିକ୍ରମ କରିଥିଲା। ଏହାର ଅର୍ଥ ୨ ଘଣ୍ଟା ଧରି ବାତ୍ୟା ସ୍ଥଳ ଭାଗରେ ରହିଥିଲା।

 

Show More

Related Articles

Back to top button