Breaking PLUSଓଡ଼ିଶାମୁଖ୍ୟ ଖବର
ହ୍ୟୁମାନଙ୍କ ବାବଦରେ ପପୁ ସବୁ ଜାଣିଥିଲା- ହ୍ୟୁମାନଙ୍କ ମାଆ

ଭୁବନେଶ୍ୱର- ପୁଅ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମାଆ ଶେଫାଳୀ ସୁନାଙ୍କ ଚାଞ୍ଚଲ୍ୟକର ସୂଚନା । ପ୍ରୋଗ୍ରାମ ନେଇ ହ୍ୟୁମାନଙ୍କୁ ଆଗୁଆ ଜଣାଯାଉ ନଥିଲା । ପ୍ରୋଗ୍ରାମ ବୁକ୍ କରିବା ଓ ଟଙ୍କା ଧାର୍ଯ୍ୟ କରିବା କାମ ପପୁ କରୁଥିଲା । ହ୍ୟୁମାନଙ୍କ ବାବଦରେ ପପୁ ସବୁ ଜାଣିଥିଲା ।
୧୦ ତାରିଖରେ ଅସୁସ୍ଥତା ଥାଇ ଭୁବନେଶ୍ବରରେ ପ୍ରୋଗ୍ରାମ କରାଯାଇଥିଲା । ୧୧ ତାରିଖରେ ତାକୁ ହସ୍ପିଟାଲ୍ ନେଇ କିଛି ସମୟ ପରେ ଅଣାଯାଇଥିଲା । ୧୨ ତାରିଖରେ ୧୦୩ ଜ୍ବର ଥାଇ ବି ପ୍ରୋଗାମ ରଖାଯାଇଥିଲା । ଆଉ ସେହି ପପୁ ଆସି ତାକୁ ହସ୍ପିଟାଲ୍ ନେଇଥିଲା । ସେହିଦିନ ହିଁ ତାକୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ଏତେ ଅସୁସ୍ଥତା ସତ୍ତ୍ବେ ମୋତେ କିଛି ବି ଅବଗତ କରାଯାଇ ନଥିଲା ବୋଲି ତାଙ୍କ ମାଆ କହିଛନ୍ତି ।



