ମୁଖ୍ୟ ଖବରଶିକ୍ଷା

ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ଆଇସିସି ଗଠନକୁ ଗୁରୁତ୍ୱ, ୭ ଦିନରେ ରିପୋର୍ଟ ନିର୍ଦ୍ଦେଶ

 

ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ପ୍ରଫେସନାଲ କଲେଜଗୁଡିକରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠନକୁ ଓଡିଶା ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱ ଦେଇଛି। ଏନେଇ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଜାରି କରାଯାଇଛି।

ଯେଉଁ କଲେଜରେ ପୂର୍ବରୁ ଆଇସିସି ଗଠିତ ଅଛି, ସେଗୁଡିକ କିପରି କାର୍ଯ୍ୟକ୍ଷମ ହେଉଛି ତାହାର ସବିଶେଷ ତଥ୍ୟ ମାଗାଯାଇଛି। ୭ ଦିନ ମଧ୍ୟରେ, ଅର୍ଥାତ୍ ୧୭ ତାରିଖ ମଧ୍ୟରେ ଏହି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ମିଳିଛି।

ନିର୍ଦ୍ଦେଶ ଅନୁସାରେ, ଯେଉଁ ଶିକ୍ଷାନୁଷ୍ଠାନ ରିପୋର୍ଟ ଦେବାରେ ଅବହେଳା କରିବେ, ସେମାନଙ୍କୁ ୨୦୨୬-୨୭ ଶିକ୍ଷାବର୍ଷରେ ନାମଲେଖା ପ୍ରକ୍ରିୟାରୁ ବାଦ ଦିଆଯିବ ଓ ଆବଶ୍ୟକ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଯେଉଁଠାରେ ଆଇସିସି ନାହିଁ, ସେଠାରେ ତୁରନ୍ତ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ କଲେଜକୁ ICC ସମ୍ପର୍କିତ ତଥ୍ୟ ଦେବାକୁ କୁହାଯାଇଛି।

ଚିଠିରେ ସ୍ପଷ୍ଟ କରାଯାଇଛି ଯେ, ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ଆଇସିସି ଗଠନ ବାଧ୍ୟତାମୂଳକ। ଏହି କମିଟି ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ନିଜର ଅଭିଯୋଗ ଦାଖଲ କରିପାରିବେ ଏବଂ ସେଗୁଡିକର ସମାଧାନ କରାଯିବ।

Show More

Related Articles

Back to top button