ବିମାନ ବୈଷୟିକ ତ୍ରୁଟି କାରଣରୁ ଜରୁରୀକାଳୀନ ଅବତରଣ କଲା ଇମ୍ରାନଙ୍କ ବିମାନ । ଶନିବାର ଦିନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ‘ପାକିସ୍ତାନ ତେହ୍ରୀକ୍-ଏ-ଇନ୍ସାଫ୍’ର (ପିଟିଆଇ) ମୁଖ୍ୟ ଇମ୍ରାନ୍ ଖାଁଙ୍କ ବିମାନ ବୈଷୟିକ ତ୍ରୁଟି କାରଣରୁ ଜରୁରୀକାଳୀନ ଅବତରଣ କରିଛି । ଏନେଇ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
ଉଡ଼ାଣ ପରେ ପରେ ଖରାପ ପାଗଜନିତ ପରିସ୍ଥିତି ଯୋଗୁଁ ଇମ୍ରାନ୍ ଖାଁ ଇସ୍ଲାମାବାଦକୁ ଫେରିଆସିଛନ୍ତି ବୋଲି ଶନିବାର ଦିନ ‘ପିଟିଆଇ’ ନେତା ଆଝାର ମଶୱାନି ସ୍ପଷ୍ଟୀକରଣ ଦେଇ କହିଛନ୍ତି ।
ଦୈନିକ ପାକିସ୍ତାନର ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ଶନିବାର ଏକ ରାଲିରେ ସମ୍ବୋଧିତ କରିବାକୁ ଗୁଞ୍ଜରାୱାଲା ଯାଉଥିଲେ।ଏହି ସମୟରେ ବିମାନଟି ଭାରସାମ୍ୟ ହରାଇବା ଆରମ୍ଭ କଲା।ଏହା ପରେ ପାଇଲଟ ଶୀଘ୍ର କଣ୍ଟ୍ରୋଲ ଟାୱାର ସହିତ ଯୋଗାଯୋଗ କରି ବିମାନଟିକୁ ୫ ମିନିଟ୍ ମଧ୍ୟରେ ସୁରକ୍ଷିତ ଭାବରେ ଇସଲାମାବାଦ ବିମାନବନ୍ଦରରେ ଅବତରଣ କରିବାରେ ସଫଳ ହୋଇଥିଲେ। ତେବେ ପରେ ଇମ୍ରାନ ରାସ୍ତାରେ ଗୁଞ୍ଜରାୱାଲା ଯାତ୍ରା କରିଥିଲେ।