ଦେଶ ବିଦେଶମୁଖ୍ୟ ଖବର

ଯୁଦ୍ଧବିରତି ସତ୍ତ୍ୱେ ତୁରନ୍ତ ଇରାନ ଛାଡିବାକୁ ଭାରତୀୟମାନଙ୍କୁ ନିର୍ଦ୍ଦେଶ : ଦୂତାବାସର ହେଲ୍ପ ଲାଇନ୍ ନମ୍ବର ଜାରି

ଆମେରିକା–ଇରାନ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, କେନ୍ଦ୍ର ସରକାର ଇରାନରେ ଅବସ୍ଥିତ ଭାରତୀୟମାନଙ୍କ ପାଇଁ ସତର୍କତାମୂଳକ ଆଡଭାଇଜରି ଜାରି କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟମାନଙ୍କୁ ଯଥାଶୀଘ୍ର ଇରାନ ଛାଡିବାକୁ ପରାମର୍ଶ ଦିଆଯାଇଛି।

ଏହା ସହିତ, ଇରାନରେ ଫସିଥିବା ନାଗରିକଙ୍କ ସହଯୋଗ ପାଇଁ ଏକାଧିକ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ପ୍ରୟୋଜନରେ ୯୮୯୧୨୮୧୦୯୧୧୫, ୯୮୯୧୨୮୧୦୯୧୦୯ ଓ ୯୮୯୯୩୨୧୭୯୩୫୯ ନମ୍ବରରେ ଯୋଗାଯୋଗ କରିହେବ। ଏହାସହ [email protected]
ଇମେଲ୍ ମାଧ୍ୟମରେ ମଧ୍ୟ ସହାୟତା ମିଳିପାରିବ।

ଗତରାତିରେ ମଧ୍ୟ ସରକାର ପକ୍ଷରୁ ଆଉ ଗୋଟିଏ ପରାମର୍ଶ ଜାରି କରାଯାଇଥିଲା, ଯେଉଁଥିରେ ଇରାନରେ ଥିବା ଭାରତୀୟମାନଙ୍କୁ କମ୍ ସେ କମ୍ ୪୮ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଥିଲା। ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ସତର୍କ ରହିବାକୁ ସରକାର ପୁନରୁଚ୍ଚାରଣ କରିଛନ୍ତି।

Show More

Related Articles

Back to top button