ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ଆଉ ଏକ ମାମଲାରେ ଫସିଲେ ଲିଙ୍ଗାୟତ ମଠର ପ୍ରମୁଖ ସନ୍ଥ ଶିବମୂର୍ତ୍ତି ମୁରୁଗା

ବେଙ୍ଗାଲୁରୁ: ଆଉ ଏକ ନୂଆ ମାମଲାରେ ଫସିଲେ ଲିଙ୍ଗାୟତ ମଠର ପ୍ରମୁଖ ସନ୍ଥ ଶିବମୂର୍ତ୍ତି ମୁରୁଗା ଶରଣାରୁ। ତାଙ୍କ ବିରୋଧରେ ଯୌନଶୋଷଣର ଆଉ ଏକ ମାମଲା ରୁଜୁ ହୋଇଛି । ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଏହା ତାଙ୍କ ବିରୋଧରେ ଦ୍ୱିତୀୟ ପକ୍ସୋ ମାମଲା ରୁଜୁ ହୋଇଛି। ପୁଲିସ ଏନେଇ ସୂଚନା ଦେଇଛି। ଆଶ୍ରମ ଦ୍ୱାରା ପରିଚାଳିତ ହଷ୍ଟେଲରେ ରହୁଥିବା ଜଣେ ନାବାଳିକା ଏହି ଲିଙ୍ଗାୟତ ମଠର ସାଧୁଙ୍କ ନାଁରେ ଯୌନ ଉତ୍ପୀଡନ ମାମଲା ରୁଜୁ କରିଛନ୍ତି। ମହନ୍ତଙ୍କ ବିରୋଧରେ ପ୍ରଥମ ମାମଲା ଅଗଷ୍ଟ ୨୫ ତାରିଖରେ ସାମ୍ନାକୁ ଆସିଥିଲା। ବାଲ୍ କଲ୍ୟାଣ ସମିତି ଶିବମୂର୍ତ୍ତୀଙ୍କ ବିରୋଧରେ ମହୀଶୁରର ନଜରାବାଦ ଥାନାରେ ମାମଲା ରୁଜୁ କରିଥିଲା। ପୁଲିସର କହିବାନୁସାରେ, ଦୁଇ ନାବାଳିକା ମଠ ଦ୍ୱାରା ସଞ୍ଚାଳିତ ଶ୍ରୀ ଜଗଦଗୁରୁ ମୁରୁଗା ଶିକ୍ଷଣ ସଂସ୍ଥାନରେ ପାଠପଢୁଥୁଲେ। ସେହି ସମୟରେ ସେମାନେ ଯୌନ ଉତ୍ପୀଡନ ଶିକାର ହୋଇଥିଲେ। ଏନେଇ ସେମାନଙ୍କ ପରିବାର ସଦସ୍ୟ ମାମଲା ରୁଜୁ କରିଛନ୍ତି। ପୀଡିତାଙ୍କ ମା’ଙ୍କ କହିବା ଅନୁସାରେ, ସେ ୬ବର୍ଷ ଧରି ରୋଷେଆ ଭାବରେ କାମ କରୁଥିଲେ ଏବଂ ପରିବାର ସେମାନଙ୍କ ଶିକ୍ଷା ଦେଇପାରୁ ନ ଥିବାରୁ ଦୁଇ ଝିଅଙ୍କୁ ମଠ ଦ୍ୱାରା ପରିଚାଳିତ ଆକ୍କା ମହାଦେବୀ ହଷ୍ଟେଲରେ ରଖିଥିଲେ। ପୀଡିତାଙ୍କ ମା’ଙ୍କ ଅଭିଯୋଗ ମୁତାବକ, ୨୦୨୦ କରୋନା ଲକଡାଉନ୍ ବେଳେ ପ୍ରଥମ ଯୌନ ଶୋଷଣ ଘଟିଥିଲା। ଏହାପରେ ଦୁଇ ଝିଅଙ୍କ ବରମ୍ବାର ଯୌନ ଶୋଷଣ କରାଯାଇଥିଲା। ଝିଅମାନଙ୍କୁ ସନ୍ଥ ଶିବମୂର୍ତ୍ତିୀଙ୍କ ରୁମ୍‌କୁ ଯିବା ପାଇଁ ସେଠାରେ କାମ କରୁଥିବା କିଛି ବ୍ୟକ୍ତି ବାଧ୍ୟ କରୁଥିଲେ। ଶିବମୂର୍ତ୍ତି ଶରଣାରୁ, ହଷ୍ଟେଲ ୱାର୍ଡେନ ରଶ୍ମୀ, ଯୁବ ସନ୍ଥ ବାସଭାରଦିତ୍ୟ, ମଠ କାର୍ଯ୍ୟକର୍ତ୍ତା ପରମଶିବୈୟା, ଗଙ୍ଗାଧରାୟା, ମହା ଲିଙ୍ଗାୟା ଏବଂ କରିବାସାପ୍ପାଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅଧୀନରେ ପୁଲିସ ମାମଲା ରୁଜୁ କରିଛି।

 

Show More

Related Articles

Back to top button