
ମିଳିଲା ଆସ୍ୱସ୍ତି । ଧନତେରାସ ଏବଂ ଦୀପାବଳି ପୂର୍ବରୁ କମିଲା ସୁନାଦର । କରବାଚୌଥରେ ସୁନା-ଗହଣାରେ ରେକର୍ଡ ପରିମାଣର ବିକ୍ରି ହୋଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଶୁକ୍ରବାର ଗୋଲ୍ଡ ଫ୍ୟୁଚର ରେଟ ୧୦୧ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୫୦,୭୮୩ ଟଙ୍କାରେ ପହଞ୍ଚିଛି । ସେହିପରି ରୂପା ମଲ୍ୟରେ ମଧ୍ୟ ୧୪୦ ଟଙ୍କ କମ ହୋଇଥିବା ରେକର୍ଡ ହୋଇଛି । କିଲୋ ପ୍ରତି ୫୬,୯୨୫ଟଙ୍କାରେ ରହିଛି ରୂପା ।
ଇଣ୍ଡିଆ ବୁଲିୟନ୍ସ ଆସୋସିଏସନ ତରଫରୁ ସୁନା-ରୂପା ଦର ଜାରି କରାଯାଇଛି । ୨୪ କ୍ୟାରେଟ ଗୋଲ୍ଡ ରେଟରେ ୧୦୬ ଟଙ୍କାର ହ୍ରାସ ହୋଇଥିବା ବେଳେ ଏହା ୧୦ ଗ୍ରାମକୁ ଏବେ ୫୦,୭୬୩ ଟଙ୍କାରେ ପହଞ୍ଚିଛି । ସେହିପରି ୯୯୯ର ଟଞ୍ଚ ରୂପା ମଧ୍ୟ ହ୍ରାସ ପାଇ କିଲୋ ପିଛା ୫୬,୭୧୦ ଟଙ୍କା ହୋଇଛି ।
ଧନତେରାସ-ଦୀପାବଳି ଏବଂ ଏହାପରେ ନଭେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ବିବାହ ସିଜନ ରହିଥିବାରୁ ମାର୍କେଟରେ ଭିଡ ଲାଗିଥାଏ । ତେଣୁ ଆସନ୍ତା ସମୟରେ ସୁନାଦର ବୃଦ୍ଧି ହେବା ନେଇ ଆଶଙ୍କା ରହିଛି । ଏନେଇ ସୂଚନା ଦେଇଛନ୍ତି କନଫେଡରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସର ରାଷ୍ଟ୍ରୀୟ ମହାମନ୍ତ୍ରୀ ପ୍ରବୀଣ ଖଣ୍ଡେଲୱାଲ


