କେକେସୀ ରାକ୍ଷସ, ଶ୍ରୀକୃଷ୍ଣ ଓ ବଳରାମ ବେଶଧାରୀ ଶ୍ରୀମନ୍ଦିରରେ ପହଞ୍ଚନ୍ତି । ଠାକୁରଙ୍କ ସନ୍ଧ୍ୟାଧୂପ ସରିବାପରେ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଶ୍ରୀମଦନମୋହନ ନାଟପା ମଣ୍ଡପ ଖଟଶେଯ ଉପରେ ବିଜେ ହୁଅନ୍ତି ।
କେକେସୀ ରାକ୍ଷସ କୃଷ୍ଣଙ୍କୁ ମାରିବାକୁ ଉଦ୍ୟତ ହୁଏ । ଠାକୁରଙ୍କ ସହ ଲଢ଼ି ଶେଷରେ ମୃତ୍ୟୁବରଣ କରେ ରାକ୍ଷସ । ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ କରାଯାଇ ନୀତି ଆଗକୁ ବଢେ । ଏଥିସହିତ ଲଳିତା ସପ୍ତମୀ ବିଧି ମଧ୍ୟ ପାଳନ ହେବ।