
ସ୍ଵଚ୍ଛତା କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଛି ଇନ୍ଦୋର । ଦେଶର ୨୦୨୨ସ୍ଵଚ୍ଛ ସର୍ବେକ୍ଷେଣରେ ଇନ୍ଦୋରର ସ୍ଥାନ ପ୍ରଥମରେ ରହିଛି । ବର୍ତ୍ତମାନସୁଦ୍ଧା ୬ଥର ସ୍ଵଚ୍ଛ ସହରର ମାନ୍ୟତା ପାଇସାରିଲାଣି ଇନ୍ଦୋର ।
ଇନ୍ଦୋର ପରେ ଦ୍ଵିତୀୟରେ ରହିଛି ଗୁଜରାଟର ସୁରଟ ଏବଂ ତୃତୀୟରେ ନବି ମୁମ୍ବାଇ। ଭାରତର ସବୁଠୁ ସ୍ଵଚ୍ଛ ମେଗା ସିଟିର ମାନ୍ୟତା ଗୁଜରାଟ୍ର ଅହମ୍ମଦାବାଦକୁ ମିଳିଛି। ସେହିପରି ସ୍ଵଚ୍ଛ ମଧ୍ୟମ ସହର ହିସାବରେ ମହୀଶୂର ପ୍ରଥମ ସ୍ଥାନରେ ରହିଛି ଏବଂ ସ୍ଵଚ୍ଛ ଛୋଟ ସହର ହିସାବରେ ରହିଛି ଦିଲ୍ଲୀ।
ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଇନ୍ଦୋର ବାଜି ମାରିଛି। ଦ୍ଵିତୀୟରେ ସୁରଟ ଏବଂ ତୃତୀୟରେ ରହିଛି ନବି ମୁମ୍ବାଇ। ଷଷ୍ଠରେ ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳ ରହିଛି। ଏକ ଲକ୍ଷରୁ କମ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ପ୍ରଥମ ସ୍ଥାନରେ ମହାରାଷ୍ଟ୍ରର ପଞ୍ଚଗନୀ ରହିଛି।
ଦ୍ଵିତୀୟରେ ଛତିଶଗଡର ପାଟନା ଏବଂ ତୃତୀୟରେ ମହାରାଷ୍ଟ୍ରର କରାଡ ସହର ରହିଛି। ରାଜସ୍ଥାନ-ମହାରାଷ୍ଟ୍ରକୁ ପଛରେ ପକାଇ ମଧ୍ୟ ପ୍ରଦେଶ ଦେଶର ସବୁଠୁ ସ୍ଵଚ୍ଛ ରାଜ୍ୟରେ ପରିଣତ ହୋଇଛି।