
ଉତ୍ତରାଖଣ୍ଡରେ ଭୂକମ୍ପ ଝଟ୍କା । ରିକ୍ଟର ସ୍କେଲରେ ୪.୧ ତିବ୍ରତା ରେକର୍ଡ ହୋଇଥିବା ସୂଚନା ମିଳିଛି । ଏବେ ଯାଏଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଖବର ଅନୁଯାୟୀ, ଶନିବାର ସକାଳ ପ୍ରାୟ ୫ଟା ୩ ମିନିଟରେ ଉତ୍ତରଖଣ୍ଡରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଯାହାର ତିବ୍ରତା ରିକ୍ଟେର ସ୍କେଲରେ ୪.୧ ଥିବା ଜଣାପଡିଛି ।
ଉତ୍ତରକାଶୀ ଜିଲ୍ଲାର ୩୯ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ମିଳିଛି । ତେବେ ଭୂକମ୍ପର ଝଟ୍କା ଅନୁଭୂତ ହେବା କ୍ଷଣି ଲୋକମାନେ ଘର ବାହାରକୁ ଦୌଡି ଆସିଥିଲେ । ହେଲେ ଏବେ ଯାଏଁ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ ।