
କଲମ୍ବୋ: ଏସିଆ କପ୍ରେ ରବିବାର ୨ୟ ଥର ପାଇଁ ପାକିସ୍ତାନ ଓ ଭାରତ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଲିଗ୍ ପର୍ଯ୍ୟାୟରେ ଉଭୟ ଦଳ ଖେଳିଥିଲେ ହେଁ ବର୍ଷା ଯୋଗୁଁ ପାକିସ୍ତାନ ଇନିଂସ ଆରମ୍ଭ ହୋଇ ପାରିନଥିଲା। ସୁପର-୪ ପର୍ଯ୍ୟାୟରେ ରବିବାର ଭାରତ-ପାକିସ୍ତାନ ମୁକାବିଲା ହେବାକୁ ଯାଉଥିବା ବେଳେ ଏଥିରେ ମଧ୍ୟ ବର୍ଷାର ଆଶଙ୍କା ରହିଛି। ପୁଣି କେବଳ ଏହି ମ୍ୟାଚ୍ ପାଇଁ ଅତିରିକ୍ତ ଦିବସ ରହିଛି।
କାଣ୍ଡିରେ ବର୍ଷା ଯୋଗୁଁ କିଛି ଲିଗ୍ ମ୍ୟାଚ୍ ବାଧାପ୍ରାପ୍ତ ହେବା ପରେ ସୁପର-୪ ପର୍ଯ୍ୟାୟ କଲମ୍ବୋରେ ପହଞ୍ଚିଛି। ଏଠାରେ ବର୍ଷାର ସମ୍ଭାବନା ଅଧିକ। ସ୍ଥାନୀୟ ପାଣିପାଗ ବିଭାଗ ଉକ୍ତ ମ୍ୟାଚ୍ରେ ବର୍ଷାର ୯୦% ଆଶଙ୍କା ରହିଛି ବୋଲି ପୂର୍ବାନୁମାନ କରିଛି। ମ୍ୟାଚ୍ରେ ଅତିରିକ୍ତ ଦିନ ଥିବାରୁ ଫଳାଫଳ ବାହାରିବାର ସମ୍ଭାବନା ରହିଛି।