ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫,୯୬୮ ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ
ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୫,୯୬୮ ଜଣ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କୋଭିଡ୍-୧୯ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦,୪୯୫,୧୪୭ରେ ପହଞ୍ଚିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୫,୯୬୮ ଜଣ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କୋଭିଡ୍-୧୯ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୦,୪୯୫,୧୪୭ରେ ପହଞ୍ଚିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୫,୯୬୮ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୦୨ ମୃତ୍ୟୁ ରେକର୍ଡ କରାଯାଇଛି।
ଗତ ୨୪ ଘଣ୍ଟାରେ ୨୦୨ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୧,୫୨୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୭, ୮୧୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୦୧,୨୯,୧୧୧। ସମ୍ପ୍ରତି ଦେଶରେ ସୁସ୍ଥତାହାର ୯୬.୫୧% ବୋଲି କେନ୍ଦ୍ର ସରକାର କହିଛନ୍ତି।
ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨, ୧୪,୫୦୭।
‘ଆଇସିଏମ୍ଆର୍’ କହିବା ଅନୁସାରେ, ରବିବାର ସୁଦ୍ଧା ସମଗ୍ର ଦେଶରେ ୧୮,୩୪,୮୯,୧୧୪ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା ହୋଇଥିବା ନମୁନା ସଂଖ୍ୟା ହେଉଛି ୮,୩୬,୨୨୭।