LACରେ କଣ୍ଟା ତାର ବିଛାଇ ଚୀନ ପାଇଁ ଲକ୍ଷ୍ମଣରେଖା ପ୍ରସ୍ତୁତ କରୁଛି ଭାରତ
ଭାରତୀୟ ସୈନ୍ୟମାନେ ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ କଣ୍ଟା ତାର ବିଛାଇବା କାମ ଆରମ୍ଭ କରି ଦେଇଛନ୍ତି ଯେଉଁଠାରେ ଚୀନ୍ ସୈନ୍ୟମାନେ ବାରମ୍ୱାର ନିଜ ବାସ୍ତବିକ ସ୍ଥିତିଠାରୁ ଆଗକୁ ଚାଲିଆସୁଛନ୍ତି ସେହି ସମସ୍ତ ସ୍ଥାନମାନଙ୍କରେ ଭାରତୀୟ ସେନା ପକ୍ଷରୁ କଣ୍ଟା ତାର ବିଛାଇବା କାମ ଆରମ୍ଭ କରାଯାଇଛି ।

ଏହା ସହିତ ଭାରତୀୟ ସୈନିକମାନେ ମଧ୍ୟଯୁଗୀୟ ଅସ୍ତ୍ରଶସ୍ତ୍ରରେ(ଖଣ୍ଡା, ବର୍ଚ୍ଛା, ଭାଲ୍ଲା) ସଜ୍ଜିତ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ର ସୈନିକମାନଙ୍କୁ ଭାରତ ଅଞ୍ଚଳରେ ପ୍ରବେଶ ନକରିବାକୁ ଚେତାବନୀ ଦେଇଛନ୍ତି।
ଚୀନ୍ ସୈନ୍ୟମାନଙ୍କୁ LAC ଅତିକ୍ରମ କରି ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ ନ କରିବା ପାଇଁ ଭାରତୀୟ ସେନା ପକ୍ଷରୁ କଡା ଚେତାବନୀ ଦିଆଯାଇଛି । ଯଦି ଚୀନ ପକ୍ଷରୁ ଏଭଳି ଉଦ୍ୟମ ବାରମ୍ୱାର ଜାରି ରହିବ ତେବେ ଏହାର ପ୍ରତିଶୋଧ ନିଆଯିବ ବୋଲି ଭାରତ ଚେତାବନୀ ଦେଇଛି।
ସୂତ୍ରରୁ ପ୍ରକାଶ ଯେ LAC ଉପରେ ଚାଲିଥିବା ତିକ୍ତତାକୁ ଦୂର କରିବା ପାଇଁ ବୁଧବାର ଦିନ ଭାରତ ଏବଂ ଚୀନ୍ର ସାମରିକ ପ୍ରତିନିଧୀମାନେ ପୂର୍ବ ଲଦାଖରେ ସାକ୍ଷାତ କରିଥିଲେ । ତେବେ ଏହି ବୈଠକ ମଧ୍ୟ ପୂର୍ବ ସମସ୍ତ ବୈଠକ ଭଳି ବିଫଳ ହୋଇଛି ।