Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ଭୁବନେଶ୍ୱର- ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ ଇଣ୍ଡିଗୋ କମ୍ପାନୀ। କମ୍ପାନୀର ବିମାନ ଉଡ଼ାଣରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇ ନ ଥିବାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯାତ୍ରୀଙ୍କ ଟଙ୍କା ଫେରାଇବାକୁ ଶନିବାର ଇଣ୍ଡିଗୋକୁ ନିର୍ଦେଶ ଦେଇଛି। ଏହା ପରେ କମ୍ପାନୀ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ସ୍ବୟଂଚାଳିତ ଭାବେ ଯାତ୍ରୀଙ୍କ ଆକାଉଣ୍ଟ ଟଙ୍କା ଫେରସ୍ତ ହେବ ବୋଲି କମ୍ପାନୀ କହିଛି।



