Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ମହାନଦୀ ରିଭର ଫ୍ରଣ୍ଟକୁ ଜାତୀୟ ପର୍ଯ୍ୟଟନ କେନ୍ଦ୍ର କରିବାକୁ ଯୋଜନା

କଟକର ମହାନଦୀ ରିଭର ଫ୍ରଣ୍ଟକୁ ଜାତୀୟ ସ୍ତରର ଆକର୍ଷଣୀୟ ପର୍ଯ୍ୟଟନ ପ୍ରକଳ୍ପ ଭାବେ ବିକଶିତ କରିବାକୁ ସରକାର ଯୋଜନା କରିଛନ୍ତି। ପ୍ରାୟ ୨୧୦ କୋଟି ଟଙ୍କା ବ୍ୟୟରେ ୪୨୬ ଏକର ଅଞ୍ଚଳରେ ଏହି ପ୍ରକଳ୍ପ କାମ ହେବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକଳ୍ପ ସମୀକ୍ଷା କରି ଶୀଘ୍ର କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସବୁଜ ବଳୟ, ଓଡ଼ିଶା ହାଟ, ହେରିଟେଜ ଭିଲେଜ, ଫୁଡ କୋର୍ଟ ଓ ପିକନିକ୍ ସ୍ଥଳ ସହ ବିଭିନ୍ନ ପର୍ଯ୍ୟଟନ ସୁବିଧା ରହିବ।
ସାବରମତୀ ମଡେଲ ଅନୁସାରେ ଏହାକୁ ବିକଶିତ କରାଯିବା ସହ ଆଗାମୀ ପର୍ଯ୍ୟାୟରେ କ୍ରୁଜ ଚଳାଚଳ ଓ ଧବଳେଶ୍ୱର ଅଞ୍ଚଳର ଉନ୍ନତି ଯୋଜନା ରହିଛି। ପ୍ରକଳ୍ପଟି ପର୍ଯ୍ୟଟକଙ୍କ ପାଇଁ ନୂତନ ଆକର୍ଷଣ କେନ୍ଦ୍ର ହେବ ବୋଲି ଆଶା କରାଯାଉଛି।



