ଓଡ଼ିଶାସ୍ୱାସ୍ଥ୍ୟ

ରାଜ୍ୟରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ,ଦିନକେ ୨୦୦ ଟପିଲା

ଭୁବନେଶ୍ବର: ରାଜ୍ୟରେ ପୁଣି ବୃଦ୍ଧି ପାଉଛି ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୪ ଜଣ କରୋନା ଆକ୍ରାନ୍ତ । ସମସ୍ତଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟାଇନ ଏବଂ ଲୋକାଲ କେଶ୍ ରହିଛି ୮୫ । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୮ ସଂକ୍ରମିତ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ।

ଆଜିର ସମସ୍ତ କରୋନା ମାମଲା ରାଜ୍ୟର ୧୭ ଜିଲ୍ଲା ଓ ଷ୍ଟେଟପୁଲରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୧୩ ଜିଲ୍ଲାରୁ କୌଣସି ପଜିଟିଭ୍‌ ମାମଲା ଆସିନାହିଁ । ଖୋର୍ଦ୍ଧାରୁ ସର୍ବାଧିକ ୮୬ଜଣ କରୋନା ପଜିଟିଭ୍‌ ଥିବାବେଳେ କଟକରୁ ୩୮, ଷ୍ଟେଟପୁଲରୁ ୨୨, ସୁନ୍ଦରଗଡ଼ରୁ ୧୮ ଓ ବାଲେଶ୍ୱରରୁ ୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ନୂଆପଡ଼ାରୁ ୪, ମୟୂରଭଞ୍ଜ ଓ ପୁରୀରୁ ୫ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକ, ଦେବଗଡ଼ ଓ ସମ୍ବଲପୁରରୁ ୩ ଜଣ ଲେଖାଏଁ ପଜିଟିଭ୍‌ ରହିଥିବା କୁହାଯାଇଛି ।

ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ, ଯାଜପୁର, କନ୍ଧମାଳ, କେନ୍ଦୁଝର ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିପରି ବର୍ତ୍ତମାନ ରାଜ୍ୟରେ ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୭୨ ରହିଛି । ଅନ୍ୟପଟେ ରାଜ୍ୟରେ ଏଯାଏ କରୋନାରେ ମୋଟ୍‌ ୧୨,୮୯,୯୬୧ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨,୭୯,୯୧୦ଜଣ ସୁସ୍ଥ ହୋଇସାରିଛନ୍ତି ।

Show More

Related Articles

Back to top button