Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ମିଶନ ‘ସୂର୍ଯ୍ୟ’ ପୂର୍ବରୁ ଈଶ୍ୱରଙ୍କ ଆଶୀର୍ବାଦ ଲୋଡ଼ିଲେ ଇସ୍ରୋ ବୈଜ୍ଞାନିକ

() ମିଶନ ‘ସୂର୍ଯ୍ୟ’ ପୂର୍ବରୁ ଈଶ୍ୱରଙ୍କ ଆଶୀର୍ବାଦ ଲୋଡ଼ିଲେ ଇସ୍ରୋ ବୈଜ୍ଞାନିକ । ତିରୁପତି ତିରୁମାଲା ଶ୍ରୀଭେଙ୍କଟେଶ୍ୱର ମନ୍ଦିରରେ ଇସ୍ରୋ ବୈଜ୍ଞାନିକ ପୂଜାର୍ଚ୍ଚନା କରିଛନ୍ତି । ଆଦିତ୍ୟ ଏଲ୍‌-୧ ମିଶନର ଏକ ପ୍ରତିକୃତି ଧରି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ବୈଜ୍ଞାନିକ । ଆସନ୍ତାକାଲି ଦିନ ୧୧ଟା ୫୦ରେ ଇସ୍ରୋ ଲଞ୍ଚ୍‌ କରିବ ‘ସୂର୍ଯ୍ୟ’ ମିଶନ ।

ସେପ୍ଟେମ୍ବର ୨ ତାରିଖରେ ଇସ୍ରୋ ଲଞ୍ଚ କରିବ ଆଦିତ୍ୟ-L1। ଏହା ହେବ ଭାରତର ପ୍ରଥମ ସୂର୍ଯ୍ୟ ଅଭିଯାନ। ସୂର୍ଯ୍ୟ ପୃଷ୍ଠରେ ହେଉଥିବା ପରିବର୍ତ୍ତନ ବିଶେଷ କରି ସୌରଝଡ଼ ଓ ଏହାର ପ୍ରଭାବ ସଂପର୍କରେ ଅନୁଧ୍ୟାନ କରିବ ଆଦିତ୍ୟ ଏଲ-୧ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ-L1 । ୧.୫ ମିଲିୟନ୍ କିଲୋମିଟର ଯାତ୍ରା କରିବ ଆଦିତ୍ୟ L1 । ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ ଏହି ସାଟେଲାଇଟ୍ । ଐତିହାସିକ ମହୂର୍ତ୍ତର ସାକ୍ଷୀ ବନିବାକୁ ଦେଶବାସୀଙ୍କୁ ଆହ୍ବାନ।

ଆଦିତ୍ୟ L1ରେ ୭ଟି ପେଲୋଡ୍ ରହିଛି। ଯାହା ଫଟୋସ୍ପିଅର, କ୍ରୋମୋସ୍ପିଅର ଏବଂ ସୂର୍ଯ୍ୟଙ୍କ ବାହ୍ୟ ସ୍ତର କରୋନାରେ ଥିବା କଣିକା ସଂପର୍କରେ ଅନୁଧ୍ୟାନ କରିବ। ସଂପୂର୍ଣ୍ଣ ରୂପେ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଆଦିତ୍ୟ L1 । ବେଙ୍ଗଳୁରୁରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋ ଫିଜିକ୍ସ ବା IIA, ଆଦିତ୍ୟ L1ର ନିର୍ମାଣରେ ପ୍ରମୁଖ ଭୂମିକା ନିର୍ବାହ କରିଛି। ପୁଣେର ଇଣ୍ଟର ୟୁନିଭର୍ସିଟି ଅଫ୍ ସେଣ୍ଟର ଫର୍ ଆଷ୍ଟ୍ରୋନୋମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ ମଧ୍ୟ କିଛି ପେଲୋଡ୍ ନିର୍ମାଣରେ ସକ୍ରିୟ ଅଂଶୀଦାର ରହିଛି।

Show More

Related Articles

Back to top button