Breaking PLUSଦେଶ ବିଦେଶମୁଖ୍ୟ ଖବର
ହୋକାଇଡୋରେ ଶକ୍ତିଶାଳୀ ଭୂମିକମ୍ପ, ଲୋକେ ଆତଙ୍କିତ

ଟୋକିଓ, 27 ଏପ୍ରିଲ : ପୁଣି ଜାପାନରେ ଭୂକମ୍ପ ଝଟ୍କା । ଜାପାନର ଉତ୍ତର ଦ୍ୱୀପ ହୋକାଇଡୋରେ ଶକ୍ତିଶାଳୀ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି। ଏହି ଭୂକମ୍ପ ଜାପାନ ସମୟ ସକାଳ ୫:୨୪ ରେ ପ୍ରାୟ ୮୩ କିଲୋମିଟର ଗଭୀରତାରେ ସଂଗଠିତ ହୋଇଥିଲା ।
ଏହାର କେନ୍ଦ୍ରସ୍ଥଳ ହୋକାଇଡୋର ଦକ୍ଷିଣ ଭାଗର ସାରାବେତ୍ସୁ ସହର ନିକଟରେ ଥିଲା । ଭୂକମ୍ପ ପରେ କୌଣସି ସୁନାମି ସତର୍କତା ଜାରି କରାଯାଇନାହିଁ । ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ମୃତାହତର ଖବର ମିଳିନାହିଁ ।
ଏହି ଭୂମିକମ୍ପ ବହୁତ ଶକ୍ତିଶାଳୀ ଥିଲା, ତେଣୁ ଭୟରେ ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ।



