Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଝାରବନ୍ଦ ବିଇଓ ରଞ୍ଜିତ ଭୋଇ

ପଦ୍ମପୁର: ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରବନ୍ଦ ବିଇଓ ରଞ୍ଜିତ ଭୋଇ। ଜଣେ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ରଞ୍ଜିତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଡୁଙ୍ଗୁରିପାଲି ସ୍କୁଲର ଜଣେ ଶିକ୍ଷକ ତ୍ରିନାଥ ସେଠଙ୍କ ଦରମା ବନ୍ଦ କରିବା ପରେ ୫ ହଜାର ଟଙ୍କା ଦାବି କରିଥିଲେ। ଆଜି ଶିକ୍ଷକ ତ୍ରିନାଥ ସେଠଙ୍କ ଘରକୁ ଯାଇ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଯାଇଥିଲେ ବିଇଓ ରଞ୍ଜିତ ଭୋଇ ।