ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ ଆଶ୍ୱସ୍ତି, ହାଇକୋର୍ଟଙ୍କ ରାୟକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସୋମବାର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ଶେଲ କମ୍ପାନୀଗୁଡିକରେ ପୁଞ୍ଜି ବିନିଯୋଗ ଏବଂ ଖଣି ଲିଜରେ ଅନିୟମିତତା ଯୋଗୁଁ ସୋରେନଙ୍କ ବିରୋଧରେ ଦାଖଲ ହୋଇଥିବା ପିଆଇଏଲ ଶୁଣାଣି କରିବାକୁ ଶୀର୍ଷ କୋର୍ଟ ମନା କରି ଦେଇଛନ୍ତି। ଏହା ସହିତ ଶୀର୍ଷ ଅଦାଲତ ମଧ୍ୟ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିଦେଇଛନ୍ତି, ଯେଉଁଥିରେ ଏହି ଆବେଦନଗୁଡ଼ିକୁ ଶୁଣାଣି ଯୋଗ୍ୟ କୁହାଯାଇଥିଲା। ସୋରେନଙ୍କ ବିରୋଧରେ ଖଣି ଲିଜ ଏବଂ ସେଲ କମ୍ପାନୀଗୁଡିକରେ ପୁଞ୍ଜି ବିନିଯୋଗରେ ଭୁଲ ଆବଣ୍ଟନ ଅଭିଯୋଗରେ ଏକ ଜନସ୍ବାର୍ଥ ମାମଲା ଦାଖଲ କରାଯାଇଥିଲା। ଏହି ଆବେଦନର ବୈଧତାକୁ ଝାଡଖଣ୍ଡ ସରକାର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ ହାଇକୋର୍ଟ ଏହି ଆବେଦନଗୁଡିକ ଶୁଣାଣି ଯୋଗ୍ୟ ବୋଲି ବିବେଚନା କରିଥିଲେ। ଏହା ପରେ ସୋରେନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଗଷ୍ଟ ୧୭ ରେ, ଏହି ମାମଲାର ଶୁଣାଣି ଶେଷ କରିବା ପରେ, ସର୍ବୋଚ୍ଚ ନ୍ୟାୟାଳୟ ରାୟ ସଂରକ୍ଷଣ କରିଥିଲେ।

Show More

Related Articles

Back to top button