Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ହାଡ଼ ଭଙ୍ଗା ଶୀତ

ଭୁବନେଶ୍ୱର- ସମଗ୍ର ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ଝାରସୁଗୁଡା, ସୁନ୍ଦରଗଡ ଏବଂ ଦକ୍ଷିଣ ଓଡିଶାର କୋରାପୁଟ, ନବରଙ୍ଗପୁର ଏବଂ ଉତ୍ତର ଓଡିଶାର ମୟୂରଭଞ୍ଜରେ ତାପମାତ୍ରା ବହୁ ନିମ୍ନକୁ ହ୍ରାସ ପାଇଛି।
ଝାରସୁଗୁଡ଼ାରେ ହାଡ଼ ଭାଙ୍ଗୁଛି ଶୀତ । ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ।ସକାଳ ସାଢ଼େ ୫ଟା ସୁଦ୍ଧା ୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗତକାଲି ଝାରସୁଗୁଡ଼ାରେ ତାପମାତ୍ରା ଥିଲା ୮.୬ ଡିଗ୍ରୀ ।
ରାଜଧାନୀ ଭୁବନେଶ୍ୱରରେ ସାମାନ୍ୟ ବଢିଲା ପାରଦ । ସକାଳ ସାଢ଼େ ୫ଟା ସୁଦ୍ଧା ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ । ଗତକାଲି ଭୁବନେଶ୍ୱର ତାପମାତ୍ରା ଥିଲା ୧୩ ଡିଗ୍ରୀ ।
କନ୍ଧମାଳରେ ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ । କୁହୁଡ଼ି ଢାଙ୍କି ରଖିଛି ଜାତୀୟ ରାଜପଥ, ଜନଜୀବନ ଅସ୍ତବ୍ୟସ୍ତ ।



