Breaking PLUSଆଇନ କାନୁନମୁଖ୍ୟ ଖବରରାଜନୀତି

ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଝାରସୁଗୁଡାରେ ୧୪୪ ଧାରା ଲାଗୁ

ସୁରକ୍ଷା ଦୃଷ୍ଟିରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ ।

ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଝାରସୁଗୁଡ଼ା ଥାନା ସମ୍ମୁଖ ସହରାଞ୍ଚଳର ଝଣ୍ଡା ଛକରୁ ଧର୍ମଶାଳା ଛକ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିବ । ଆଇନ ଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଏଭଳି କଟକଣା ଲଗାଯାଇଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଆତ୍ମହତ୍ୟା ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ବିଜେପି ଅଭିଯୋଗ କରି ଘଟଣାର ସିବିଆଇ ତଦନ୍ତ ଦାବି କରିଛି  । ଏନେଇ ଜିଲ୍ଲା ବିଜେପି ତରଫରୁ ଝାରସୁଗୁଡା ଥାନା ସମ୍ମୁଖରେ ଆଜି ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଧାରଣା କାର୍ଯ୍ୟକ୍ରମ ଥିଲା । ସେପଟେ ବିଜେଡି ନେତା ତାପସ ରାୟ ଚୌଧୁରୀଙ୍କ ନେତୃତ୍ୱରେ ଝାରସୁଗୁଡା ସଚେତନ ନାଗରିକ ମଞ୍ଚ ତରଫରୁ ଦେବାର୍ଚନ ସାହୁଙ୍କ ଦ୍ୱାରା ବିଜେପି ନେତାଙ୍କ ବିରୁଦ୍ଧରେ ଦେଇଥିବା ଲିଖିତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ, ବିଜେପି ନେତାଙ୍କ ଗିରଫ ଦାବି ଓ ଅଭିଯୋଗକାରୀଙ୍କୁ ନ୍ୟାୟ ପ୍ରଦାନ ଦାବି ନେଇ ଝାରସୁଗୁଡା ପୋଲିସ ଷ୍ଟେସନ ସମ୍ମୁଖରେ ଧାରଣା କାର୍ଯ୍ୟକ୍ରମ ଥିଲା । ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ୧୪୪ ଧାରା ଲାଗୁ କରାଯାଇଛି ।

Show More

Related Articles

Back to top button