Breaking PLUSଦେଶମୁଖ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଖୁବ ଶୀଘ୍ର ବନିବ ବିକଶିତ ଦେଶ- ଜେପି ନଡ୍ଡା

ନୂଆଦିଲ୍ଲୀ, 25 ଜାନୁୟାରୀ- ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସକ୍ଷମ ଭାରତ’, ଆତ୍ମନିର୍ଭର ଭାର ଓ ବିକଶିତ ଭାରତର ନିର୍ମାଣ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । କେବଳ ମୋଦିଙ୍କ ପରି ମହାନ ନେତା ହିଁ ଏହି ଲକ୍ଷ୍ୟକୁ ସାକାର କରିବାରେ ସହଯୋଗ କରିପାରିବେ । ଆମର ଦୃଢ ବିଶ୍ୱାସ ଯେ, ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଖୁବ ଶୀଘ୍ର ଏକ ବିକଶିତ ଦେଶ ବନିବ ।
ଜାତୀୟ ମତଦାତା ଦିବସ ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚାର ମନୋ ନବମତଦାତା ସମ୍ମିଳନୀକୁ ପାର୍ଟି ମୁଖ୍ୟାଳୟରେ ସମ୍ବୋଧିତ କରିବା ଅବସରରେ ନଡ୍ଡା ଏହା କହିଛନ୍ତି । ଏହି ଅବସରରେ 5ଶହ ବର୍ଷ ସଂଘର୍ଷ ପରେ ଅଯୋଧ୍ୟାରେ ରାମଜନ୍ମଭୂମିରେ ନିର୍ମିତ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସେ ପିଏମ ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଜଣାଇଛନ୍ତି ।

Show More

Related Articles

Back to top button