Breaking PLUSଓଡ଼ିଶାମୁଖ୍ୟ ଖବର

କବିସୂର୍ଯ୍ୟନଗର ଥାନାରେ ପୋଲିସର ନିସ୍ତୁକ ମାଡ଼ରେ ଯୁବକଙ୍କ ମୃତ୍ୟୁ

ଏଚଆରପିସି ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

ବ୍ରହ୍ମପୁର, 1 ଜୁନ- କବିସୂର୍ଯ୍ୟନଗର ପୋଲିସ ନାଁରେ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଥାନା ଭିତରେ ଯୁବକଙ୍କୁ ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପୋଲିସ ସୁଶାନ୍ତ ସାହୁଙ୍କୁ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ତାଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ବଡ଼ ଆକ୍ସନ ନିଆଯାଇଛି । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ କବିସୂର୍ଯ୍ୟନଗର ଥାନା ମାମଲା ସଂଖ୍ୟା–୩୪୨/୨୦୨୬ ଏବଂ ବୈଦ୍ୟନାଥପୁର ଥାନା ଅପମୃତ୍ୟୁ ମାମଲା ସଂଖ୍ୟା–୪୧୨/୨୦୨୬ର ନିରପେକ୍ଷ ତଦନ୍ତ ନିମନ୍ତେ ମାନବାଧିକାର ସୁରକ୍ଷା ପ୍ରକୋଷ୍ଠ (HRPC)ଦ୍ୱାରା କରାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ ଫାଣ୍ଡିର ସବୁ ପୋଲିସଙ୍କ ବଦଳି ନିର୍ଦ୍ଦେଶ ଦିଆଯାଇଛି । ୩ଜଣଙ୍କୁ ନିଲମ୍ବନ କଲେ ଦକ୍ଷିଣାଞ୍ଚଳ IG ।  IPS ନିତୀଶ ମିଶ୍ରାଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ସେହିପରି SI ସମୀର ରାଉତ, ASI ବୈକୁଣ୍ଠନାଥ ଜେନା ଏବଂ କନେଷ୍ଟବଳ ସୁମନ ସାହୁଙ୍କୁ ସସପେଣ୍ଡ କରାଯାଇଛି । ଅନ୍ୟପଟେ ଡ୍ରାଇଭର କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି ।

Show More

Related Articles

Back to top button