ଭିକି-କ୍ୟାଟ୍ରିନାଙ୍କ ବିବାହରେ ଯୋଗ ଦେବେ ନାହିଁ ବଲିଉଡର ଅନେକ ବିଗ୍ ଷ୍ଟାର!

ଆସନ୍ତା ଡିସେମ୍ବରରେ ବଲିଉଡର ସୁନ୍ଦର ଯୋଡ଼ି କ୍ୟାଟ୍ରିନା କୈଫ ଓ ଭିକି କୌଶଲ ବିବାହ କରିବାକୁ ଯାଉଛନ୍ତି । ତେବେ ଏହାରି ମଧ୍ୟରେ ତାଙ୍କ ବିବାହକୁ ନେଇ ବିଭିନ୍ନ ଖବର ଆସୁଛି । ତେବେ ଏହି ବିବାହ ଗ୍ରାଣ୍ଡ ଭାବରେ ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି । ଏହାର ଅତିଥିଙ୍କ ଲିଷ୍ଟ ମଧ୍ୟ ଆସି ଯାଇଛି ।
କେଉଁ କେଉଁମାନେ ଯୋଗ ଦେବେ ତାହା ମଧ୍ୟ ଜଣା ପଡିଛି । ଯୋଗ ଦେବାକୁ ବହୁ ବିଶିଷ୍ଟ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ମାତ୍ର ସବୁଠାରୁ ଦୁଃଖର କଥା ହେଉଛି ବଲିଉଡର ଅନେକ ବିଗ୍ ଷ୍ଟାରଙ୍କୁ ଏହି ପାର୍ଟିକୁ ନିମନ୍ତ୍ରଣ କରାଯାଇନାହିଁ । ଜଣାପଡ଼ିଛି ଯେ, ନିମନ୍ତ୍ରଣ କରାଯାଇନଥିବା ଲିଷ୍ଟରେ ତାଙ୍କର ସମସ୍ତ ଏକ୍ସ-ବୟଫ୍ରେଣ୍ଡମାନେ ରହିଛନ୍ତି ।
ସେଥି ମଧ୍ୟରୁ ଏହି ବଡ ବଡ ଷ୍ଟାରଙ୍କ ନାମ ରହିଛି.
୧- ସଲମାନ ଖାନ: ଦିନ ଥିଲା ସଲମାନଙ୍କ ସହ କ୍ୟାଟ୍ରିନଙ୍କୁ ନେଇ ବଲିଉଡରେ ଅନେକ ଚର୍ଚ୍ଚା ହେଉଥିଲା। ଦୁହେଁ ଅନେକ ସମୟ ଧରି ଖୁବ୍ ନିକଟତର ହୋଇଥିଲେ । ତେବେ ସଲମାନ ନିଜର ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଥିବା କାରଣରୁ ବିବାହ ଉତ୍ସବରେ ଯୋଗଦେଇ ପାରିବେ ନାହିଁ।
୨- ରଣବୀର କପୁର: କ୍ୟାଟ୍ରିନାଙ୍କ କ୍ୟାରିୟରର ଶୁଭାରମ୍ଭ ସମୟରେ ତାଙ୍କର ରିଲେସନ ରଣବୀର କପୁରଙ୍କ ସହ ବୃଦ୍ଧି ପାଇଥିଲା। ‘ଅଜବ ପ୍ରେମ କି ଗଜବ କାହାନୀ’ରେ ଫିଲ୍ମରେ କାମ କରିବା ପରେ ଦୁହିଁଙ୍କ କେମେଷ୍ଟ୍ରି ଖୁବ୍ ଜମିଥିଲା। ତେବେ ରଣବୀର କ୍ୟାଟଙ୍କ ମ୍ୟାରେଜରେ ଯୋଗ ଦେଉନଥିବା ଜଣାପଡ଼ିଛି।
୩- ସିଦ୍ଧାର୍ଥ ମାଲ୍ୟା: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପୁତ୍ର ସିଦ୍ଧାର୍ଥ ମାଲ୍ୟାଙ୍କ ରିଲେସନ କ୍ୟାଟଙ୍କ ସହ ରହିଥିଲା। ଆଇପିଏଲ ସମୟରେ ଦୁହେଁ ଏକାଠି ନଜର ଆସିଥିବା ବେଳେ ସେମାନଙ୍କୁ ନେଇ ବହୁତ ଚର୍ଚ୍ଚା ହେଉଥିଲା। ବର୍ତ୍ତମାନ ସିଦ୍ଧାର୍ଥ ବିଦେଶରେ ରହିଥିବା କାରଣରୁ ଏହି ବିବାହରେ ଯୋଗ ଦେଇପାରିବେ ନାହିଁ।
୪- ଆଦିତ୍ୟ ରୟ କପୁର: ‘ଆଶିକୀ ୨’ ଫେମ୍ ଆଦିତ୍ୟ ରୟ କପୁର ଓ କ୍ୟାଟଙ୍କ ମଧ୍ୟରେ କିଛି ଦିନ ପାଇଁ ରୋମାନ୍ସ ଚାଲିଥିଲା। ତେବେ କ୍ୟାଟଙ୍କ ବିବାହରେ ହାତଗଣତି କିଛି ଲୋକ ସାମିଲ ହେବାକୁ ଥିବା ବେଳେ ଉକ୍ତ ନିମନ୍ତ୍ରଣରେ ଆଦିତ୍ୟଙ୍କ ନାମ ନଥିବା ଜଣାପଡ଼ିଛି।