Breaking PLUSଓଡ଼ିଶାମୁଖ୍ୟ ଖବର

ମନ୍ଦିରରେ ଆତସବାଜି ବେଳେ ଅଘଟଣ, 150ରୁ ଅଧିକ ଆହତ

କେରଳରେ ବଡ଼ ଧରଣର ଅଘଟଣ। ମନ୍ଦିରରେ ଆତସବାଜି ବେଳେ ଦୁର୍ଘଟଣା ଘଟିଛି। ନିଆଁ ଲାଗି ୧୫୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ଅଞ୍ଜୁତମ୍ବାଲମ୍ ବିରାକାଭୁ ମନ୍ଦିରରେ ବାର୍ଷିକ କାଲିଆଟମ୍ ପର୍ବ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା। ଏହି ସମୟରେ ଆତସବାଜି ମଧ୍ୟ କରାଯାଉଥିଲା। ଏହି ସମୟରେ ଆତସବାଜି ବେଳେ ନିଆଁ ଝୁଲ ଖସି ଅଗ୍ନିକାଣ୍ଡ ଘଟିଥିଲା। ଦେଖୁ ଦେଖୁ ଏହା ଚାରିଆଡେ ବ୍ୟାପିଯାଇଥିଲା। ଏଥିରେ ପ୍ରାୟ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ମାଙ୍ଗାଲୁରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Show More

Related Articles

Back to top button