Breaking PLUSଓଡ଼ିଶାମୁଖ୍ୟ ଖବର

କିଟ୍‌ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା, ଏମ୍ସରେ କରାଗଲା ଶବ ବ୍ୟବଚ୍ଛେଦ

ନେପାଳର ବୀରଗୁଂଜର ବାସିନ୍ଦା ଛାତ୍ରୀ ପ୍ରୀଶା ଶାହଙ୍କ ଶନିବାର ଅପରାହ୍‌ଣରେ ପୋଷ୍ଟ ସରିଛି। ଏମ୍‌ସ ଭୁବନେଶ୍ବର ପକ୍ଷରୁ ଝିଅର ମୃତଦେହ ଗ୍ରହଣ କରିବା ପରେ ବାପା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ପୁଲିସ କେବଳ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଆମେ ନ୍ୟାୟ ଅପେକ୍ଷାରେ ଅଛୁ। ଗତକାଲି ଭୁବନେଶ୍ବରରେ ପହଞ୍ଚିଲା ପରେ ସେ କହିଥିଲେ ଯେ, ଘଟଣା ଦିନ ଆମେ ଝିଅ ସହ କଥା ହୋଇଥିଲୁ। ଆମ ଝିଅର ସେମିତି କୌଣସି ସମସ୍ୟା ନଥିବ।

ନେପାଳୀ ଛାତ୍ରୀଙ୍କର ଶବବ୍ୟବଚ୍ଛେଦ ସରିଛି। ମୃତାଙ୍କ ପିତାମାତା ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନେ ଶବକୁ ନେପାଳ ନେବାଲାଗି ଅମଙ୍ଗ ହୋଇଛନ୍ତି। ପୁରୀ ସ୍ବର୍ଗଦ୍ବାରରେ ମୃତା ନେପାଳୀ ଛାତ୍ରୀଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି।
Show More

Related Articles

Back to top button