Breaking PLUSଅପରାଧଆଇନ କାନୁନଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର
କିନ୍ନରଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁବୃର୍ତ୍ତ
ସମ୍ବଲପୁର ଅନ୍ଧାରୀପତ୍ରାରେ ଜଣେ କିନ୍ନରଙ୍କୁ ବେକ କାଟି ହତ୍ୟା କରାଯାଇଛି ।

ସମ୍ବଲପୁର ଅନ୍ଧାରୀପତ୍ରାରେ ଜଣେ କିନ୍ନରଙ୍କୁ ବେକ କାଟି ହତ୍ୟା କରାଯାଇଛି । କେହି ଜଣେ ଦୁବୃର୍ତ୍ତ କିନ୍ନର ଜଣଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। କିନ୍ନର ଜଣକ କଦମପଡାର ହୋଇଥିବା ବେଳେ ତାଙ୍କ ନାଁ ଫିରୋଜ ଛତ୍ରିଆ। କେହି ଏକ ଧାରୁଆ ଅସ୍ତ୍ରରେ ବେକ କାଟି ନୃଶଂସ ଭାବେ ହତ୍ୟା କରିଥିବା ଜଣାପଡିଛି।
ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ସକାଳୁ ମୃତଦେହକୁ ଦେଖି ସାଠାକାର ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। କିନ୍ତୁ ସେପଟେ କିଏ ହତ୍ୟା କରିଛି ଓ କାହିଁକି ହତ୍ୟା କରିଛି ତା’ର କାରଣ ସ୍ପଷ୍ଟ ହୋଇନାହିଁ ।