କ’ଣ ରହିଛି ଗଣତନ୍ତ୍ର ଦିବସର ଇତିହାସ ଓ କିଛି ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ଜଣନ୍ତୁ ।
ଭାରତ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନତା ପାଇବା ପରେ, ଦେଶକୁ କେଉଁ ମାନଦଣ୍ଡ ଆଧାରରେ ସୁଶାନ ପ୍ରଦାନ କରାଯାଇ ପାରିବ ସେନେଇ ଗଭିର ଚିନ୍ତନ କରାଯାଇଥିଲା । ସ୍ୱାଧିନତାର ଠିକ ୧୩ ଦିନ ପରେ ଅର୍ଥାତ ୨୯ ଅଗଷ୍ଟରେ ଡ଼ାକ୍ତର ବି.ଆର୍.ଆମ୍ବେଦକରଙ୍କ ନେତୃତ୍ୱ ଏକ କମିଟି ଗଠନ କରାଯାଇଥିଲା ।

ଭାରତ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନତା ପାଇବା ପରେ, ଦେଶକୁ କେଉଁ ମାନଦଣ୍ଡ ଆଧାରରେ ସୁଶାନ ପ୍ରଦାନ କରାଯାଇ ପାରିବ ସେନେଇ ଗଭିର ଚିନ୍ତନ କରାଯାଇଥିଲା । ସ୍ୱାଧିନତାର ଠିକ ୧୩ ଦିନ ପରେ ଅର୍ଥାତ ୨୯ ଅଗଷ୍ଟରେ ଡ଼ାକ୍ତର ବି.ଆର୍.ଆମ୍ବେଦକରଙ୍କ ନେତୃତ୍ୱ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିର ଉଦେଶ୍ୟଥିଲା ଭାରତୀୟ ସମ୍ବିଧାନକୁ ନିର୍ଭୁଲ୍ ଓ ଜନତାଙ୍କ ହିତ ଉଦେଶ୍ୟରେ ଗଠନ କରିବା । ବି.ଆର୍.ଆମ୍ବେଦକରଙ୍କ ନେତୃତ୍ୱାଧୀନ କମିଟି ୨ ବର୍ଷ ପରେ ଅର୍ଥାତ ୨୬ ଜାନୁାରୀ ୧୯୫୦ରେ ସ୍ୱାଧୀନ ଭାରତର ସମ୍ବିଧାନକୁ ସମ୍ବିଧାନର ପବିତ୍ର ମନ୍ଦିରରେ ସବୁ ସଦସ୍ୟଙ୍କ ଆଗରେ ପ୍ରସ୍ତୁତ କରିଥିଲେ । ଏହାର ଫାଇନାଲ୍ ଡ୍ରାଫଟିଂ ହେବା ଆଗରୁ ଏଥିରେ ବିଭିନ୍ନ ସଂଶୋଧମ ମଧ୍ୟ କରାଯାଇଥିଲା । ସ୍ୱାଧୀନ ଭାରତର ସମ୍ବିଧାନକୁ ୨ଟି ଭାଷାରେ ଲିପିବଦ୍ଧ କରାଯାଇଥିଲା, ପ୍ରଥମଟି ଥିଲା ଇଂରାଜୀ ଓ ଦ୍ୱିତୀୟଟି ଥିଲା ହିନ୍ଦୀରେ । ତେବେ ସ୍ୱାଧୀନ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେବାର ଦୁଇଦିନ ପୁର୍ବରୁ ଅର୍ଥାତ ୨୪ ଜାନୁଆରୀ ୧୯୫୦ରେ ୩୦୮ ଜଣ ସଦସ୍ୟ ଏହାକୁ ସ୍ୱୀକୃତି ଦେଇଥିଲେ । ଭାରତୀୟ ମାନେ ଏହାର ପ୍ରଥମ ରାଷ୍ଟ୍ରପତି ଭାବରେ ଡାକ୍ତର ରାଜେନ୍ଦ୍ର ପ୍ରସାଦଙ୍କୁ ଗ୍ରହଣ କରିଥିଲେ । ଅନ୍ୟପଟେ ୨୬ ଜାନୁଆରୀ ୧୯୫୦ରେ ସ୍ୱାଧୀନ ଭାରତର ଭାରତୀୟ ସମ୍ବିଧାନ ଲାଗୁ ହୋଇଥିଲା ।