Breaking PLUSଓଡ଼ିଶାଦେଶମୁଖ୍ୟ ଖବର
କୋଲକାତାରେ ଭୂକମ୍ପ ଝଟ୍କା

କଲକାତା ଏବଂ ସିଲିଗୁଡିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଉତ୍ତର-ପୂର୍ବ ଭାରତର ପଶ୍ଚିମବଙ୍ଗର କଲକାତାରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଆଜି ଦିନ ୧୦ଟା ୧୦ରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶ ରହିଥିବା ସୂଚନା ମିଳିଛି, ରିକ୍ଟର ସେଲରେ ତୀବ୍ରତା ୫.୫ ରେକର୍ଡ କରାଯାଇଛି । ମାଲଦା, କୁଚବିହାର, ନଦିଆ ଏବଂ ଦକ୍ଷିଣ ଦିନାଜପୁରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ବେଳେ ଲୋକମାନେ ନିଜ ଘର, କାର୍ଯ୍ୟାଳୟ ଏବଂ କୋଡା ଛାଡି ରାସ୍ତାକୁ ପଳାଇ ଆସିଥିଲେ ।



