Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଇ-ହୁଣ୍ଡି ବ୍ୟବସ୍ଥା କରାଯିବ- ଆଇନ ମନ୍ତ୍ରୀ

ପୁରୀ, 3 ଜୁନ- ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଇ-ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ଇ-ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି । ରାଜ୍ୟ, ଦେଶ ବାହାର ଶ୍ରଦ୍ଧାଳୁ ସହଜରେ ଦେଇପାରିବେ ମନସ୍କାମନା ରାଶି । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ବାହାରେ ରହୁଥିବା ଲକ୍ଷ ଲକ୍ଷ ଭକ୍ତ ଦାନ କରିପାରିବେ । ସାଇବର ଅପରାଧୀ ଯେପରି ଫାଇଦା ଉଠାଇ ନ ପାରିବେ ତାହାକୁ ଗୁରୁତ୍ବ ଦିଆଯାଇଛି ।

Show More

Related Articles

Back to top button