Breaking PLUSଓଡ଼ିଶାମୁଖ୍ୟ ଖବର
ରତ୍ନ ଗଣତି ମଣତି ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ଆଇନ ମନ୍ତ୍ରୀ

ପୁରୀ, ମାର୍ଚ୍ଚ 23- ଗଣତି ମଣତି ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ଆଇନ ମନ୍ତ୍ରୀ । ଗଣତି ମଣତି ସୁରୁଖୁରରେ ଶେଷ କରିବା ନେଇ ଆଶୀର୍ବାଦ ଲୋଡ଼ିଛନ୍ତି ମନ୍ତ୍ରୀ ।
ଏହାପରେ ପୃଥ୍ୱୀରାଜ ହରିଚନ୍ଦନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା ଦେଖାଯାଇଥିଲା ।
ଆଜି ଗଣତି ମଣତି ନେଇ ଚୂଡ଼ାନ୍ତ ସମୀକ୍ଷା ବୈଠକ ବସିବ । SOP ଅନୁସାରେ ୨୫ ତାରିଖ ଶୁଭ ବେଳାରୁ ଆରମ୍ଭ ହେବ ଗଣତି ମଣତି ।
ସର୍କିଟ୍ ହାଉସ୍ରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିବେ।
ବୈଠକରେ ଜିଲ୍ଲାପାଳ, ଏସପି, ବରିଷ୍ଠ ସେବାୟତ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ସାମିଲ ହେବେ। ଅଳଙ୍କାର ଗଣତି ମଣତି କିପରି ସୁରୁଖୁରୁରେ ହେବ ଏବଂ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ, ସେନେଇ ରଣନୀତି ପ୍ରସ୍ତୁତ କରାଯିବ।



