ଆସନ୍ତୁ ଜାଣିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନଜଣକଠୁ ବ୍ୟାପୁଛି କେତେ ଜଣଙ୍କୁ ?
କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଏବେ ଦେଶରେ ଚିନ୍ତାର କାରଣ ହେଲାଣି। ଦେଶରେ ଏବେ ୪୦୦ରୁ ଅଧିକ ଲୋକେ ଓମିକ୍ରନରେ ଆକ୍ରାନ୍ତ ହେଲେଣି।

ଭାରତରେ ଭାଇରସ ଅଫ କନସର୍ଣ୍ଣ ରୂପେ ଏବେ ଦେଖା ଯାଉଛି। କାରଣ ଏହା ଉଭୟ ଟିକା ନେଇଥିବା ଓ ଅମ୍ୟୁନିଟି ଷ୍ଟ୍ରଙ୍ଗ ଥିବା ଲୋକଙ୍କୁ ମଧ୍ୟ ଆକ୍ରାନ୍ତ କରୁଛି। ତେବେ ଭୂତାଣୁର ଏହି ପ୍ରକାରକୁ ନେଇ କ’ଣ କହୁଛନ୍ତି ବୈଜ୍ଞାନିକ ଆସନ୍ତୁ ଜାଣିବା । ଡାକ୍ତର ନରେଶ ତ୍ରେହାନଙ୍କ ଅନୁସାରେ ଭୂତାଣୁର ପ୍ରକାର କେତେ ସଂକ୍ରାମକ ତାହା ଏହାର ଆର-ନଟ ଫ୍ୟାକ୍ଟରରୁ ଜଣାପଡିଥାଏ। ଏଥିର ଯଦି କେହି ଜଣେ ଭୂତାଣୁରେ ସଂକ୍ରମିତ ହୋଇଥାନ୍ତି ଏହାଙ୍କ ଠାରୁ ଆଉ କେତେ ସଂକ୍ରମିତ ହୋଇଛନ୍ତି ଏଥିରୁ ଆକଳନ କରାଯାଇଥାଏ। ସର୍ବପ୍ରଥମେ ଦେଶକୁ ଆଲଫା ଭାରିଏଣ୍ଟ ଆସିଥିଲା। ଏହାର ଆର-ନଟ୍ ଫ୍ୟାକ୍ଟର ୨.୫ ଥିଲା। ଏଥିରୁ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ୨ରୁ ୩ ଜଣ ଲୋକେ ସଂକ୍ରମିତ ହେଉଥିଲେ। ଆଲଫା ପରେ ଦେଶରେ ଡେଲ୍ଟା ଭାରିଏଣ୍ଟ ବ୍ୟାପିଥିଲା। ଡେଲ୍ଟା ଭାରିଏଣ୍ଟ ସଂକ୍ରମଣ ଯୋଗୁ ଦେଶରେ ଦିନକରେ ସର୍ବାଧିକ ପାଖାପାଖି ୪ ଲକ୍ଷ ସଂକ୍ରମିତ ବାହାରିଥିଲେ। ଏହି ଭାରିଏଣ୍ଟର ଆର-ନଟ ଥିଲା ୬.୫।
ଏଥିରୁ ଡେଲ୍ଟା ଭାରିଏଣ୍ଟ ସଂକ୍ରମିତ ୬ରୁ ୭ ଜଣଙ୍କୁ ସଂକ୍ରମିତ କରୁଥିଲେ। ଏବେ ଆସିଥିବା ଓମିକ୍ରନର ଆର-ନଟ ଫ୍ୟାକ୍ଟର ପୂର୍ବ ଭୂତାଣୁ ପ୍ରକାର ତୁଳନାରେ ୩ ଗୁଣା ଅଧିକ। ଏଥିରୁ ଜଣେ ସଂକ୍ରମିତ ବ୍ୟକ୍ତି ୨୦ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିପାରିବେ ବୋଲି ଆକଳନ କରାଯାଉଛି ବୋଲି ଡା. ତ୍ରେହାନ କହିଛନ୍ତି। ଓମିକ୍ରନ ଭାରିଏଣ୍ଟର ବଢୁଥିବା ସଂକ୍ରମଣରୁ ଗୋଟିଏ କଥା ସ୍ପଷ୍ଟ ଯେ ଏହା ଟିକାକରଣ କରିଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରୁଛି। ଏଥିରେ ଆପଣ ଟିକା କରାଇଥିବାରୁ ଯେ ସଂକ୍ରମିତ ହେବେନି ସେପରି ଧାରଣାରେ ରହିପାରିବେନି। ଏହା ଛଡା ଭାକ୍ସିନ ଯୋଗୁ ଲୋକଙ୍କୁ ମିଳୁଥିବା ଇମ୍ୟୁନିଟି ସେମାନଙ୍କ ଠାରେ ଧିରେ ଧିରେ କମ ହେଉଥିବାର ମଧ୍ୟ ଦେଖା ଯାଉଛି। ଯେତେ ଲୋକେ ଭାକ୍ସିନ ନେଇଛନ୍ତି ତାଙ୍କଠାରୁ ଅଧିକ ଗୁଣାରେ ଲୋକଙ୍କ ଠାରେ ପ୍ରାକୃତିକ ଆଣ୍ଟିବଡିଜ ତିଆରି ହୋଇଯାଇଛି। ଏହା ବାଦେ ମଧ୍ୟ ଓମିକ୍ରନ ଲୋକଙ୍କୁ ସଂକ୍ରମିତ କରୁଥିବାରୁ ନୂଆ ବିପଦର ଆଶଙ୍କା କରାଯାଉଛି।