ପୂଜା ପାର୍ବଣଭକ୍ତି

ଆସନ୍ତୁ ପଢିବା ଓ ଜାଣିବା କାହିଁକି ପୂଜା ପାଆନ୍ତିନି ବ୍ରହ୍ମା

ହିନ୍ଦୁ ଗ୍ରନ୍ଥ ଓ ପୁରାଣ ଅନୁସାରେ, ବ୍ରହ୍ମା, ବିଷ୍ଣୁ, ମହେଶ୍ବର ହେଉଛନ୍ତି ସୃଷ୍ଟିର ନିର୍ମାତା, ପାଳନକର୍ତ୍ତା ଏବଂ ସଂହାରକର୍ତ୍ତା।

ବିଷ୍ଣୁ ଓ ଶିବଙ୍କ ମନ୍ଦିର ଥିବା ବେଳେ ବ୍ରହ୍ମାଙ୍କ ମନ୍ଦିର ଦୃଶ୍ୟମାନ ହୁଏ ନାହିଁ। ବ୍ରହ୍ମାଙ୍କର ଏକମାତ୍ର ମନ୍ଦିର ପୁଷ୍କରରେ ଅଛି। ଦେବୀ ସାବିତ୍ରୀଙ୍କ ଅଭିଶାପ ଯୋଗୁଁ ବ୍ରହ୍ମାଙ୍କ ପୂଜାକୁ ବାରଣ କରାଯାଇଛି।

ପୁରାଣ ଅନୁସାରେ, ଏକଦା ସୃଷ୍ଟିକର୍ତ୍ତା ବ୍ରହ୍ମା ହାତରେ ପଦ୍ମ ଫୁଲ ଧରି ନିଜ ବାହନ ହଂସ ଉପରେ ବସି ଅଗ୍ନି ଯଜ୍ଞ ପାଇଁ ଏକ ଉପଯୁକ୍ତ ସ୍ଥାନ ଖୋଜୁଥିଲେ। ସେତିକିବେଳେ ଗୋଟିଏ ସ୍ଥାନରେ ତାଙ୍କ ହାତରୁ ପଦ୍ମ ଫୁଲ ଖସି ପଡ଼ିଲା। ଫୁଲ ପୃଥିବୀପୃଷ୍ଠରେ ପଡ଼ିବା କ୍ଷଣି ଝରଣା ସୃଷ୍ଟି ହେଲା ଏବଂ ସେହି ଝରଣାରୁ ତିନିଟି ସରୋବର ସୃଷ୍ଟି ହେଲା। ଯେଉଁ ସ୍ଥାନରେ ତିନିଟି ଝରଣା ସୃଷ୍ଟି ହେଲା, ତାହା ‘ବ୍ରହ୍ମା ପୁଷ୍କର’, ‘ବିଷ୍ଣୁ ପୁଷ୍କର’ ଏବଂ ‘ଶିବ ପୁଷ୍କର’ ନାଁରେ ପରିଚିତି ଲାଭ କଲା। ଏହା ଦେଖୀ ବ୍ରହ୍ମା ସେହି ସ୍ଥାନରେ ଯଜ୍ଞ କରିବା ନିଷ୍ପତ୍ତି ନେଲେ।
ଯଜ୍ଞରେ ପତ୍ନୀ ସାବିତ୍ରୀଙ୍କ ଉପସ୍ଥିତି ଜରୁରି ଥିଲା। କିନ୍ତୁ ସାବିତ୍ରୀ ସେଠାରେ ନଥିଲେ ଏବଂ ଶୁଭ ମୁହୂର୍ତ୍ତ ଗଡ଼ି ଯାଉଥିଲା। ଏହି କାରଣ ଯୋଗୁଁ ବ୍ରହ୍ମା ସେହି ସମୟରେ ଉପସ୍ଥିତ ଜଣେ ସୁନ୍ଦରୀ ଯୁବତୀଙ୍କୁ ବିବାହ କରି ତାଙ୍କ ସହ ଯଜ୍ଞ ସମ୍ପନ୍ନ କଲେ। ଏ କଥା ଯେବେ ଦେବୀ ସାବିତ୍ରୀ ଜାଣିଲେ, ବ୍ରହ୍ମାଙ୍କୁ ଅଭିଶାପ ଦେଇ କହିଲେ, ‘ଯିଏ ସୃଷ୍ଟିର ରଚନା କରିଛନ୍ତି, ତାଙ୍କୁ କେଉଁଠି ବି ପୂଜା କରାଯିବ ନାହିଁ।’ ଏହି ଅଭିଶାପ ଯୋଗୁଁ ପୁଷ୍କରରେ କେବଳ ଏକମାତ୍ର ବ୍ରହ୍ମାଙ୍କ ମନ୍ଦିର ଅଛି।

Show More

Related Articles

Back to top button