
ମଦ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ । ଆସନ୍ତା ୪ରେ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାରଠୁ ରାଜଧାନୀରେ ତିନି ଦିନ ପର୍ଯ୍ୟନ୍ତ ବନ୍ଦ୍ ରହିବ ମଦ ଦୋକାନ ଓ ବାର୍ । ପ୍ରଚାର ଶେଷ ହେବା ଦିନଠାରୁ ଭୋଟ ଶେଷ ହେବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ।
ସୂଚନା ଅନୁଯାୟୀ, ଏହାସହ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ୨ ଡିସେମ୍ବର ୫.୩୦ରୁ ୪ ଡିସେମ୍ବର ୫.୩୦ଟା ପର୍ଯ୍ୟନ୍ତ ଏବଂ ୭ ତାରିଖ ଭୋଟ ଗଣତି ଦିନକୁ ଡ୍ରାଏ ଡେ’ ଘୋଷଣା କରିଛନ୍ତି।ଏହି ସମୟରେ ସମସ୍ତ ମଦ ଦୋକାନ, ବାର୍ ବନ୍ଦ ରହିବ। ମଦ ସଂରକ୍ଷଣ କିମ୍ବା ଅନଧିକୃତ ମଦ ପରିବହନ ନ ହେବା ପାଇଁ ଏକ୍ସାଇଜ ବିଭାଗ ଏବଂ ଦିଲ୍ଲୀ ପୋଲିସ ସହରରେ ପାଟ୍ରୋଲିଂ କରିବେ ବୋଲି ସୂଚନା ମିଳିଛି।