ଅପରାଧମୁଖ୍ୟ ଖବର

ବନ୍ୟାରେ ଭାସି ଆସିଥିବା ଲକର ଭାଙ୍ଗି ୫୭ ଲକ୍ଷ ଲୁଟ୍‌, ୨୯ ଗିରଫ

ନେପାଳରେ ବନ୍ୟା ଓ ଭୂସ୍ଖଳନ ପରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବାବେଳେ ସାମ୍ନାକୁ ଆସିଛି ଲଜ୍ଜାଜନକ ଲୁଟ୍‌ ଘଟଣା। ଭୋଟେକୋଶୀ ଅଞ୍ଚଳରୁ ବନ୍ୟା ପାଣିରେ ଭାସି ଆସିଥିବା ଏକ ଲକର ଧାଦିଙ୍ଗ ଜିଲ୍ଲାର ବେଲଖୁଖୋଲା ଅଞ୍ଚଳରେ ଅଟକିଥିଲା। ଲକରଟି ଦେଖି କିଛି ଲୋକ ଏହାକୁ ଭାଙ୍ଗି ଭିତରେ ଥିବା ପ୍ରାୟ ୫୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ନେପାଳ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଗଲାଚି-୪ ଅନ୍ତର୍ଗତ ମସ୍ତର ଅଞ୍ଚଳରୁ ଅଧିକାଂଶ ଅଭିଯୁକ୍ତଙ୍କୁ ଧରାଯାଇଛି। ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୨୯ ଜଣଙ୍କୁ ପୁଲିସ ଗିରଫ କରିଛି।

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବୟସ ୧୯ରୁ ୪୯ ବର୍ଷ ମଧ୍ୟରେ ରହିଛି। ବନ୍ୟା ଭଳି ଭୟଙ୍କର ବିପର୍ଯ୍ୟୟ ସମୟରେ ଉଦ୍ଧାରକାରୀ ଦଳ ଜୀବନ ରକ୍ଷା ପାଇଁ ଉଦ୍ୟମ କରୁଥିବାବେଳେ ଏଭଳି ଲୁଟ୍‌ ଘଟଣା ନେପାଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Show More

Related Articles

Back to top button