Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ସେପ୍ଟେମ୍ବର ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲ୍ଲାପାଳ

ବିଜୁ ପଟ୍ଟନାୟକ ପାର୍କ ମାମଲା

କଟକ: ବିଜୁ ପଟ୍ଟନାୟକ ପାର୍କର ସୌନ୍ଦର୍ଯ୍ୟକରଣ ଓ ବିକାଶ କାମକୁ ନେଇ ଚାଲିଥିବା ମାମଲାରେ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିଲ୍ଲାପାଳ। ଆଜି ମାମଲାର ଶୁଣାଣି ସମୟରେ କଟକ ମହାନଗର ନିଗମ (ସିଏମ୍‌ସି) କମିଶନର କୋର୍ଟରେ ପକ୍ଷ ରଖି ପାର୍କରେ ଚାଲିଥିବା ବିକାଶ କାମ ସମ୍ପର୍କରେ ଅବଗତ କରାଇଛନ୍ତି।

ସିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ପାର୍କର ଆଲୋକୀକରଣ କାମ ଖୁବ୍‌ଶୀଘ୍ର ଶେଷ କରାଯିବ। ଏଥିସହ ପାର୍କରେ ଆବଶ୍ୟକ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କିତ କାମ ମଧ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ ବୋଲି ଅଦାଲତଙ୍କୁ ଜଣାଇଛି ସିଏମ୍‌ସି।

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ହାଇକୋର୍ଟର ଦୁଇଜଣ ବିଚାରପତି ବିଜୁ ପଟ୍ଟନାୟକ ପାର୍କ ପରିଦର୍ଶନ କରି ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାମ ଓ ସ୍ଥିତି ଅନୁଧ୍ୟାନ କରିଥିଲେ। ପାର୍କର ଆଲୋକୀକରଣ ସହ ଅନ୍ୟାନ୍ୟ ମୌଳିକ ସୁବିଧାର ସ୍ଥିତି ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୦ ତାରିଖରେ ହେବ। ତା’ପୂର୍ବରୁ ସେପ୍ଟେମ୍ବର ୩ରେ କଟକ ଜିଲ୍ଲାପାଳ ହାଇକୋର୍ଟରେ ହାଜର ହୋଇ ପାର୍କର ବିକାଶ କାମର ଅଗ୍ରଗତି ଓ ସ୍ଥିତି ସମ୍ପର୍କରେ ଅଦାଲତଙ୍କୁ ଅବଗତ କରିବେ।

Show More

Related Articles

Back to top button