Breaking PLUSଓଡ଼ିଶାମୁଖ୍ୟ ଖବର
ରାଜଧାନୀରେ ଧରାପଡିଲା ଆନ୍ତଃ ଜିଲ୍ଲା ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର : ରାଜଧାନୀରେ ପୁଲିସକୁ ମିଳିଛି ଏକ ବଡ ସଫଳତା। ପୁଲିସ କବଜାରେ ୪ ଆନ୍ତଃ ଜିଲା ଛିନତାଇ ଗ୍ୟାଙ୍ଗ ଧରାପଡିଛନ୍ତି। ଗ୍ୟାଙ୍ଗର ୪ ସଦସ୍ୟ ଗିରଫ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨ ଜଣ ନୟାଗଡର। ଏନେଇ ସୋମବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି।
ଏମାନଙ୍କ ନିକଟରୁ ପାଖାପାଖି ୪୦୦ ଗ୍ରାମର ୩୦ଟି ସୁନା ଚେନ୍,୩ଟି ବାଇକ୍ ଜବତ କରାଯାଇଛି। ସଙ୍ଗଠିତ ଗ୍ୟାଙ୍ଗ କରି ଏମାନେ ଲୁଟପାତ କରୁଥିଲେ। ଏଜେଣ୍ଟ ଭାବେ ଏମାନେ ଅପରାଧୀ ରଖୁଥିଲେ। କଳାପୋଷାକରେ ସ୍ପିଡ୍ ବାଇକରେ ଯାଇ ଆଖି ପିଛୁଳାକେ ଚେନ୍ ଝାମ୍ପି ଫେରାର ହୋଇ ଯାଉଥିଲେ।
ସୁନା ଋଣ ଶାଖାରେ ସୁନା ବନ୍ଧା ପକାଇ ଅର୍ଥ ଆଣୁଥିଲେ। ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଏମାନେ ଛିନତାଇ କରିଛନ୍ତି। ଏହାସହ କଟକ, ଭୁବନେଶ୍ୱର , ନୟାଗଡ ଓ ଖୋର୍ଦ୍ଧାରେ ମଧ୍ୟ ଛିନ୍ତାଇ କରିଛନ୍ତି।