ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର । ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ଜାରି ରହିଛି । ଦୈତ ନଗରୀ କୁହାଯାଉଥିବା ଭୁବନେଶ୍ୱର ଏବଂ କଟକରେ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି। ତେବେ ଲଘୁଚାପ ପ୍ରଭାବରେ ଆଗାମୀ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ପାଣିପାଗ ବିଭାଗ ପକ୍ଷକ୍ରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୪ଘଣ୍ଟାରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୁରଭଂଜ, ଢେଙ୍କାନାଳ, ରାୟଗଡା, ମାଲକାନଗିରି ଓ କୋରାପୁଟ ରେ ପ୍ରବଳ ବର୍ଷା ହେବ । ଏନେଇ ୟେଲୋ ଆଲର୍ଟ ଜାରି ହୋଇଛି।
ସେହିଭଳି ମାଲକାନଗିରି, କୋରାପୁଟ, ଗଜପତି ଓ ଗଂଜାମ ରେ ଅତି ପ୍ରବଳ ବର୍ଷା ସହ ନବରଙ୍ଗପୁର, ରାୟଗଡ, କଳାହାଣ୍ଡି, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ ଓ ନୟାଗଡ଼ ରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।
୫ ତାରିଖ ରେ ୧୦ ଜିଲାରେ ପ୍ରବଳ ବର୍ଷା ସହ ୬ ତାରିଖରେ ୬ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।