Breaking PLUSଓଡ଼ିଶାମୁଖ୍ୟ ଖବର
24ଘଣ୍ଟାରେ ଲଘୁଚାପ, ପ୍ରବଳ ଛେଚିବ

ଭୁବନେଶ୍ୱର : ଉତ୍ତର-ପୂର୍ବ ବଙ୍ଗୋପସାଗର ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ବାୟୁମଣ୍ଡଳରେ ୭.୬ କିମି ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ବ୍ୟାପିଛି। ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି।
ଏନେଇ ଆଜି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାର ପ୍ରଭାବରେ ଗତ ଦୁଇ ଦିନ ଧରି ବର୍ଷା ଲାଗି ରହିବାକୁ ଥିବା ବେଳେ ଆଜି ମଧ୍ୟ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଆସନ୍ତା ୭ ତାରିଖ ଯାଏଁ କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ଷା ସହ ବଜ୍ରପାତର ମଧ୍ୟ ସମ୍ଭାବନା ରହିଛି।