
ଏଲ୍ପିଜି ଉପରେ କେନ୍ଦ୍ର ସରକାର ଦେଉଥିବା ସବ୍ସିଡି ରାଶି ନେଇ ଅସନ୍ତୋେଷ ପ୍ରକାଶ ପାଉଛି । ଏଭଳି ସମୟରେ ଏଲ୍ପିଜି ଦାମ୍ ୧୦୦୦ ଟଙ୍କା ପାଖାପାଖି ବୃଦ୍ଧି ପାଇବା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ନିୟମିତ ବ୍ୟବଧାନରେ ଏଲ୍ପିଜି ଦାମ୍ ବୃଦ୍ଧି ପାଇବା ଓ ଲୋକମାନଙ୍କୁ ବଜାର ଦରରେ ତାହାକୁ କିଣିବାକୁ ପଡ଼ୁଥିବାରୁ ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ଏହାକୁ ନଜରରେ ରଖି ପୁଣି ଥରେ ଗ୍ରାହକଙ୍କୁ ଆଖିଦୃଶିଆ ସବ୍ସିଡି ଦେବା ବିଷୟରେ ସରକାର ବିଚାର କରୁଛନ୍ତି । ଏଥିପାଇଁ ଏକ ସର୍ଭେ ଆରମ୍ଭ କରାଯାଇଛି । ତେବେ ଗ୍ରାହକଙ୍କୁ କେତେ ଟଙ୍କାର ସବ୍ସିଡି ଦିଆଯିବ ତାହା ଧାର୍ଯ୍ୟ ହୋଇନାହିଁ । ବିଭିନ୍ନ ବିକଳ୍ପ ଉପରେ ବିଚାର ବିମର୍ଷ କରାଯାଉଛି । ସେଥିରୁ ଗୋଟିଏ ହେଉଛି ଉଜ୍ଜ୍ବଳା ଯୋଜନା ଅଧୀନରେ ଯେଉଁ ଗରିବ ଲୋକମାନଙ୍କୁ ଏଲ୍ପିଜି ସଂଯୋଗ ଦିଆଯାଇଛି, ଦରକାର ପଡ଼ିଲେ ସବ୍ସିଡି କେବଳ ସେଭଳି ଗ୍ରାହକଙ୍କ ପାଇଁ ସୀମିତ ରଖାଯିବ ।