Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ପଞ୍ଚଭୂତରେ ଲୀନ ହେଲେ ମହେଶ୍ୱର ମହାନ୍ତି
ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ସମ୍ମାନ ସହ ହଜାର ହଜାର ଲୋକଙ୍କ ଗହଣରେ ସମସ୍ତ ରୀତି ନୀତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅନ୍ତିମ ଯାତ୍ରାରେ ‘ମହେଶ୍ବର ମହାନ୍ତି ଅମର ରହେ’ ନାରାରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ। ପୁଅ ସୁନୀଲ ମହାନ୍ତି ମୁଖାଗ୍ନି ଦେଇଥିଲେ।
ସୂଚନାଯୋଗ୍ୟ, ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କର ମଙ୍ଗଳବାର ପରଲୋକ ଘଟିଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଭୋର ୩ଟା ୨୫ରେ ୬୭ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଗତ ୩୧ ତାରିଖରୁ ସେ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।