Breaking PLUSଓଡ଼ିଶାମୁଖ୍ୟ ଖବର

ବିଜେଡି ସଂସଦୀୟ ଦଳ ନେତା ହେଲେ ମାନସ ମଙ୍ଗରାଜ

ଭୁବନେଶ୍ୱର, 13 ଏପ୍ରିଲ – ମାନସ ମଙ୍ଗରାଜ ହେଲେ ବିଜେଡି ସଂସଦୀୟ ଦଳ ନେତା। ସେହିଭଳି ସୁଲତା ଦେଓକୁ ବିଜେଡି ସଂସଦୟ ଦଳ ଉପନେତା ସହ ମୁଖ୍ୟ ସଚେତକର ଦାୟିତ୍ୱ ମିଳିଛି। ମାନସ ମଙ୍ଗରାଜ ଏବେ ମୁଖ୍ୟ ସଚେତକ ଦାୟିତ୍ୱରେ ଥିବା ବେଳେ ପୂର୍ବରୁ ସୁଲୋତା ଦେଓ ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇ ଥିଲେ। ଏହି ଦୁଇ ଜଣଙ୍କ ଚୟନକୁ ଅନୁମୋଦନ ଦେଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ଏଠାରେ ସୂଚନାଯୋଗ୍ୟ, କିଛିଦିନ ତଳେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଥିଲେ ।

Show More

Related Articles

Back to top button