
ମହାରାଷ୍ଟ୍ର: ମହାରାଷ୍ଟ୍ର ଥାଣେ ଜିଲ୍ଲାରେ ରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ସେତୁ ଉପରେ ଏକ ସିମେଣ୍ଟ ମିକ୍ସର ସହ ଗାଡ଼ି ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ଘଟଣାଟି ମୁରବାଡ ଅଞ୍ଚଳର ଗୋବିଲି ଗାଁ ସ୍ଥିତ ରୈତା ସେତୁ ଉପରେ ସକାଳ ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ଘଟିଥିଲା। ଧକ୍କାର ତୀବ୍ରତା ଏତେ ବେଶି ଥିଲା ଯେ ଘଟଣାସ୍ଥଳରେ ହିଁ ୯ ଜଣଙ୍କ ଜୀବନ ନଷ୍ଟ ହୋଇଯାଇଥିଲା।
ଦୁର୍ଘଟଣା ପରେ ସେତୁ ଉପରେ କିଛି ସମୟ ପାଇଁ ଯାତାୟାତ ବନ୍ଦ ହୋଇଯାଇଥିଲା। ସୂଚନା ପାଇ ସ୍ଥାନୀୟ ପୁଲିସ୍, ଉଦ୍ଧାରକାରୀ ଦଳ ଓ ଡାକ୍ତରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ। ପୁଲିସ୍ ଏହି ଘଟଣାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।



