ଦେଶସେଲିବ୍ରିଟି

ଟ୍ରାକ୍ଟର ଧକ୍କାରେ ମରାଠୀ ଅଭିନେତ୍ରୀ କଲ୍ୟାଣୀଙ୍କ ମୃତ୍ୟୁ

ଟ୍ରାକ୍ଟର ଧକ୍କାରେ ମରାଠୀ ଅଭିନେତ୍ରୀଙ୍କ ମୃତ୍ୟୁ । ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାରେ ଏଭଳି ଘଟଣା ଘଟିଛି । ଉକ୍ତ ମରାଠୀ ଅଭିନେତ୍ରୀ ହେଉଛନ୍ତି ୩୨ ବର୍ଷୀୟ କଲ୍ୟାଣୀ କୁର୍ଲେ ଯାଦବ । ସ୍କୁଟିରେ ଯାଉଥିବା ସମୟରେ ଏଭଳି ଘଟିଥିବାବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

କଲ୍ୟାଣୀ ଟିଭି ସିରିଏଲ ‘ତୁଜିହାଟ ଜୀଭ ରଙ୍ଗଲା’ରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଶନିବାର ସନ୍ଧ୍ୟାରେ ସେ ଘରକୁ ଫେରୁଥିବା ବେଳେ ସାଙ୍ଗଲି-କୋହ୍ଲାପୁର ରାଜପଥରେ ହାଲୋଣ୍ଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ପୁଲିସ କହିଛି।

କୋହ୍ଲାପୁର ପୁଲିସ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, “ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଟ୍ରାକ୍ଟର ଡ୍ରାଇଭରଙ୍କ ବିରୋଧରେ ଭାରତୀୟ ପେନାଲ କୋଡ ଏବଂ ମୋଟର ଯାନ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

 

Show More

Related Articles

Back to top button