ଓଡ଼ିଶାଦୁର୍ଘଟଣାପାଣିପାଗମୁଖ୍ୟ ଖବର

କାଳବୈଶାଖୀ ତାଣ୍ଡବରେ ୨ ମୃତ, ୨୦ରୁ ଅଧିକ ଆହତ ଓ କ୍ଷତିଗ୍ରସ୍ତ

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ କିଆ ଗାଁରେ ରବିବାର ଭୟଙ୍କର କାଳବୈଶାଖୀ ତାଣ୍ଡବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରବଳ ପବନ ଓ ବର୍ଷାରେ ପ୍ରାୟ ୭୦ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଓ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ସମସ୍ତ ଆହତଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରବଳ ପବନରେ ଗାଁର ଆଜବେଷ୍ଟସ୍, ଖପର ଓ ଚାଳ ଘରଗୁଡ଼ିକ ଭାଙ୍ଗିପଡ଼ିଥିବା ସହ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିଯାଇଛି। ପବନର ତୀବ୍ରତାରେ କିଛି ବାଇକ୍ ଓ ଏକ ଅଟୋ ମଧ୍ୟ ଉଡ଼ିଯାଇଥିବା ଦେଖାଯାଇଛି।
ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। ଏହା ସହ ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ, କନ୍ଧମାଳ ଜିଲ୍ଲାର କଳିଙ୍ଗା ଅଞ୍ଚଳରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ କ୍ଷତି ଘଟିଥିବା ସୂଚନା ମିଳିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button